ଗୋଟିଏ ବର୍ଷରେ ରାଜ୍ୟରେ ରୁଜୁ ହୋଇଛି ୧, ୫୫, ୪୨୦ ଧର୍ତ୍ତବ୍ୟ ଅପରାଧ ମାମଲା

0

ଭୁବନେଶ୍ବର (ଆମ ଟିଭି): ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବ ଶ୍ୱେତପତ୍ର ଅନୁଯାୟୀ ୨୦୨୧ ମସିହାରେ ଓଡ଼ିଶାରେ ମୋଟ୍ ୧,୫୫,୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି । ଯାହା ମଧ୍ୟରେ ରହିଛି ୧୩୯୪ଟି ହତ୍ୟା, ୫୫୨ଟି ଡକାୟତି, ୨୮୨୬ ଲୁଣ୍ଠନ, ୫୧୩୩ ସିନ୍ଧିଚୋରି, ୧୩,୦୨୪ ଚୋରି, ୫୧୩୮ ପ୍ରତାରଣା, ୨୨୨୦ ଦଙ୍ଗା, ୩୩୨୭ ଦୁଷ୍କର୍ମ, ୧୦,୯୮୩ ମୋଟରଯାନ ଦୁର୍ଘଟଣା‌ ଓ ୧,୧୦,୮୨୩ ଅନ୍ୟାନ୍ୟ ମାମଲା। ଏହା ମଧ୍ୟରୁ ମୋଟ୍ ୧,୪୯,୨୩୨ଟି ମାମଲା ସତ୍ୟ ଉପରେ ଆଧାରିତ ବୋଲି ଶ୍ୱେତପତ୍ରରେ ଦର୍ଶାଯାଇଛି। ମାତ୍ର ବର୍ଷ ‌ଶେଷ ସୁଦ୍ଧା ମୋଟ୍‌ ୧,୦୬,୨୮୩ଟି ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଅର୍ଥାତ ୪୯ ହଜାର ୧୩୭ ଗୋଟି ଅପରାଧିକ ମାମଲାରେ ଚାର୍ଜସିଟ ଦାଖଲ କରି ପାରିନାହିଁ ରାଜ୍ୟ ପୁଲିସ ।୨୦୨୦ ତୁଳନାରେ ରାଜ୍ୟରେ ଲୁଣ୍ଠନ ମାମଲା ମଧ୍ୟ ବଢ଼ିଛି।

୨୦୨୧ରେ ୨୦୩୭ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି। ତାହା ମଧ୍ୟରୁ ୩୦୭ ମାମଲାରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଏହି ମାମଲାଗୁଡ଼ିକରେ ୫୪୨ ଜଣ ଅପରାଧୀ ସଂପୃକ୍ତ ଥିଲା ବେଳେ ୪୨୫ ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି।

Leave A Reply

Your email address will not be published.