ହାରିଗଲେ ମିଜୋରାମ ମୁଖ୍ୟମନ୍ତ୍ରୀ

0

ବହୁମତ ମତ ସହ ମିଜୋରାମରେ ସରକାର ଗଢିବାକୁ ଯାଉଛି ଜୋରମ ପିପୁଲ୍ସ ମୁଭମେଣ୍ଟ(ZPM)। ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟ(MNF)କୁ ଚକମା ଦେଇ ଏଥର ସରକାର ଗଢିବାକୁ ଯାଉଛି ଏହି ଆଞ୍ଚଳିକ ଦଳ। 40ଟି ଆସନ ବିଶିଷ୍ଟ ଏହି ବିଧାନସଭାରେ ମ୍ୟାଜିକ୍ ନଂ 21 ଥିବାବେଳେ ଏହାକୁ ହାସଲ କରିସାରିଛି ଜୋରମ ପିପୁଲ୍ସ ମୁଭମେମ୍ଟ।

ସେପଟେ ମୁଖ୍ୟମନ୍ତ୍ରୀ ଥିବା ଜୋରାମଥାଙ୍ଗା ଇଷ୍ଟ-1 ଆସନରୁ ହାରି ଯାଇଛନ୍ତି। ZPM ପ୍ରାର୍ଥୀ ଲଥାନସାଙ୍ଗା ତାଙ୍କୁ 2101 ଭୋଟରେ ପରାସ୍ତ କରିଛନ୍ତି। ମିଜୋ ନ୍ୟାସନାଲ ଫ୍ରଣ୍ଟ (MNF)ର କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ପରାସ୍ତ ହୋଇଛନ୍ତି। ଦଳ ପୂର୍ବ ଥର ଗାଦି ଅକ୍ତିଆର କରିଥିଲେ ମଧ୍ୟ ଏଥର ନୈରାଶ୍ୟଜନକ ପ୍ରଦର୍ଶନ କରିଛି।

ଅନ୍ୟପଟେ ଜୋରମ ପିପୁଲ୍ସ ମୁଭମେଣ୍ଟର ଅଧିକାଂଶ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଲାଲଦୁହୋମା ସର୍ଚିପ୍ ଆସନରୁ ବିଜୟୀ ହୋଇଛନ୍ତି। ପ୍ରତିପକ୍ଷ MNF ଦଳ ପ୍ରାର୍ଥୀଙ୍କୁ 2,982 ଭୋଟରେ ହରାଇଛନ୍ତି ଲାଲଦୁହୋମା। ମିଜୋରାମ ଗଡ ବିଜୟ ସହ ଦଳ 27ଟି ଆସନରେ ଗାଦି ଅକ୍ତିଆର କରିଛି।

Leave A Reply

Your email address will not be published.