ପରାଜୟ ପରେ ସୋନିଆ ଡାକିଲେ ବୈଠକ

0

ନୂଆଦିଲ୍ଲୀ : ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପରେ କଂଗ୍ରେସରେ ଏକ ଚିନ୍ତାର ପରିସ୍ଥିତି ଉପୁଜିଛି। କେବଳ ତେଲଙ୍ଗାନାରେ ସରକାର ଗଠନ କରିବାରେ କଂଗ୍ରେସ ସଫଳ ହୋଇଥିବା ବେଳେ ରାଜସ୍ଥାନ ସମେତ ଅନ୍ୟ ରାଜ୍ୟରେ ପରାଜୟର ସାମ୍ନା କରିବାକୁ ପଡିଛି। ନିର୍ବାଚନ ଫଳାଫଳ ପରେ କଂଗ୍ରେସ ସଂସଦୀୟ ରଣନୀତିକ ଗୋଷ୍ଠୀର ଏକ ବୈଠକ ଡାକିଛି।

କଂଗ୍ରେସର ଏହି ବୈଠକ ସୋମବାର ଅପରାହ୍ନ ୫ଟାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ ସଂସଦର ଶୀତକାଳୀନ ଅଧିବେଶନ ଉପରେ ଆଲୋଚନା କରାଯାଇପାରେ।

Leave A Reply

Your email address will not be published.