ନୂଆଦିଲ୍ଲୀ (ଆମ ଟିଭି): ଆଜିଠୁ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ। ଆଉ ଗୃହରେ ଦେଖିବାକୁ ମିଳିଛି ବିଜେପି ବିଜୟର ପ୍ରଭାବ । ମୋଦୀ ମୋଦୀ ନାରା ସହ କମ୍ପି ଉଠିଥିଲା ସଂସଦ ଭବନ । ସେପଟେ, ପରାଜୟର ରାଗ ଗୃହରେ ନ ବାହାର କରିବାକୁ ବିରୋଧୀ ସାଂସଦଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ସୋମବାର ଠାରୁ ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ । ଆଉ ପ୍ରଥମ ଦିନରେ ବିଜେପି ସାଂସଦଙ୍କ ଖୁସି ଝଲସିଛି ଲୋକସଭା ଗୃହରେ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିପୁଳ ବିଜୟ ପରେ ବିଜେପି ସାଂସଦ ଆଜି ଗୃହରେ ଉତ୍ସବ ପାଳନ କରିଥିବାର ନଜର ଆସିଛନ୍ତି । ସାଂସଦମାନେ ବାର-ବାର ମୋଦୀ ସରକାରର ନାରା ଦେଉଥିବାର ଦେଖିବାକୁ ମିିଳିଥିଲା ଗୃହରେ । ଚଳିତ ଶୀତ ଅଧିବେଶନ ସୋମବାର ୪ ଡିସେମ୍ବରରୁ ଆରମ୍ଭ ହୋଇଥିବାବେଳେ ଏହା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ।