ଇଣ୍ଡିଆ ମେଣ୍ଟକୁ ବଡ଼ ଝଟକା: ବୈଠକରେ ଯୋଗ ଦେବନି ତୃଣମୂଳ କଂଗ୍ରେସ

0

ନୂଆଦିଲ୍ଲୀ (ଆମ ଟିଭି): ୩ ରାଜ୍ୟର ବିଧାନସଭା ନିର୍ବାଚନରେ ବାଜି ମାରିଲା ବିଜେପି ।   ୩ ରାଜ୍ୟରେ ବିଜେପିର ବଡ ବିଜୟ ପରେ ଏବେ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଲାଗିଛି ବଡ ଝଟକା । ଆସନ୍ତା ବୁଧବାର ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ହେବାକୁ ଥିବାବେଳେ, ଏହି ବୈଠକରେ ଯୋଗଦେବେନି ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । ତେବେ ଏହି ବୈଠକରେ ତୃଣମୂଳ କଂଗ୍ରେସର କୌଣସି ବି ନେତା ଯୋଗ ଦେବେନି ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ବିରୋଧୀ ମେଣ୍ଟର ଏହି ବୈଠକ ନେଇ ତୃଣମୂଳ କଂଗ୍ରେସକୁ କୌଣସି ଖବର ଦିଆଯାଇନି । ତେଣୁ ଏଥିପାଇଁ ମମତା ବାନାର୍ଜୀ ଏହି ଦିନ ତାଙ୍କ କାର୍ଯ୍ୟକ୍ରମ ରଖିଛନ୍ତି । ଏହି କାରଣରୁ ସେ ଆସନ୍ତା ବୁଧବାର ଦିନ ହେବାକୁ ଥିବା ବିରୋଧୀ ଇଣ୍ଡିଆ ମେଣ୍ଟର କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ବୋଲି କୁହାଯାଉଛି ।

Leave A Reply

Your email address will not be published.