ଭୁବନେଶ୍ବର (ଆମ ଟିଭି): ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା। ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ମିଗଜୋମ’ ଉତ୍ତର-ପଶ୍ଚିମ ଦିଗରେ ଉପକୂଳ ଆଡକୁ ମାଡି ଆସୁଛି। ଘଣ୍ଟାପ୍ରତି ୧୦କି.ମି. ବେଗରେ ଆଗକୁ ମାଡୁଛି। ଏହା ଉତ୍ତର ଦିଗରେ ଗତି କରିବା ସହ ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ଅତି ନିକଟତର ହେବ।
ପରେ ସମାନ୍ତରାଳ ଭାବେ ଗତି କରିବା ସହ ଦକ୍ଷିଣ-ଆନ୍ଧ୍ରପ୍ରଦେଶ ଉପକୂଳରେ ନେଲୋର ଏବଂ ମଛଲିପଟନମ ମଧ୍ୟରେ ଥିବା ବାପାଟଲା ନିକଟରେ ଏକ ଭୀଷଣ ବାତ୍ୟା ଭାବେ ଆଜି (ମଙ୍ଗଳବାର) ପୂର୍ବାହ୍ଣରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି।
ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୯୦ରୁ ୧୦୦କି.ମି ରହିବ। ପବନର ବେଗ ଘଣ୍ଟା ପ୍ରତି ୧୧୦କି.ମି ସହିତ ଏହା ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି।