ତେଲେଙ୍ଗାନାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ

0

ନୂଆଦିଲ୍ଲୀ (ଆମ ଟିଭି): ତେଲେଙ୍ଗାନାରେ  ଏକ ବଡ଼ ଦୁର୍ଘଟଣା ଘଟିଛି । ତେଲେଙ୍ଗାନାରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି । ମେଡକ ଜିଲ୍ଲାର ତୁପ୍ରାନ ଅଞ୍ଚଳର ରାବେଲି ନିକଟରେ ଭାରତୀୟ ବାୟୁସେନାର ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।

ବିମାନରେ ଥିବା ଜଣେ ଟ୍ରେନି ପାଇଲଟ ସହ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ ଘଟିଛି । ଡିଣ୍ଡିଗୁଲ ଏୟାରଫୋର୍ସ ଏକାଡେମୀରୁ ଏହି ବିମାନ ପ୍ରଶିକ୍ଷଣ ପାଇଁ ଉଡାଣ ଆରମ୍ଭ କରିଥିଲା । ବିମାନ ଦୁର୍ଘଟଣାକୁ ନେଇ ବାୟୁସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ବିମାନ ଦୁର୍ଘଟଣାରେ କୌଣସି ସାଧାରଣ ଧନଜୀବନ କ୍ଷୟକ୍ଷତି ଘଟିନାହିଁ ।

Leave A Reply

Your email address will not be published.