ସ୍ଥଳ ଭାଗ ଛୁଇଁଲା ବାତ୍ୟା

0

ବିଶାଖାପାଟଣା : ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ମିଗଜୋମ’ ସ୍ଥଳଭାଗ ଛୁଇଁଲା। ମଙ୍ଗଳବାର ବାତ୍ୟା ମିଗଜୋମର ଲ୍ୟାଣ୍ଡଫଲ୍‌‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଦନ୍ଧିଣ ଆନ୍ଧ୍ରର ବାପାଟ୍‌‌ଲାରେ ଏହା ସ୍ଥଳଭାଗ ସ୍ପର୍ଶ କରିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ସ୍ଥଳଭାଗ ସ୍ପର୍ଶ କରିବା ପ୍ରକ୍ରିୟା ଜାରି ରହିବ। ଲ୍ୟାଣ୍ଡଫଲ୍‌‌ ସ୍ଥଳରେ ପବନର ବେଗ ୯୦ରୁ ୧୧୦ କିମି ରହିଛି। ଆନ୍ଧ୍ର ଉପକୂଳ ଅତିକ୍ରମ କରୁଛି ମିଗ୍‌‌ଜୋମ୍‌‌। ଏହାର ପ୍ରଭାବରେ ଆନ୍ଧ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି।

ମଧ୍ୟରାତ୍ର ବେଳକୁ ବାତ୍ୟା ଦୁର୍ବଳ ହୋଇଯିବ। ମଧ୍ୟରାତ୍ର ସୁଦ୍ଧା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ। ବାତ୍ୟା ପ୍ରଭାବରେ ଓଡିଶାରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବ। ୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନେ ସମୁଦ୍ରକୁ ନ ଯିବାକୁ ନିର୍ଦ୍ଦେଶ ହୋଇଛି।

Leave A Reply

Your email address will not be published.