ସଚିନ ବିରାଟଙ୍କ ପାଖକୁ ଆସିଲା ଅଯୋଧ୍ୟାରୁ ନିମନ୍ତ୍ରଣ ପତ୍ର
ନୂଆଦିଲ୍ଲୀ: କ୍ରିକେଟ ଦୁନିଆର ଦୁଇଜଣ ଷ୍ଟାର ଖେଳାଳି ସଚିନ ତେନ୍ଦୁକର ଓ ବିରାଟ କୋହଲି ପଡ଼ିଆରେ ନିଜର ଦମଦାମର ପ୍ରଦର୍ଶନ ଦେଖାଇ ଦର୍ଶକଙ୍କୁ ଖୁସି କରାଇ ଦେଇଥାଆନ୍ତି। ପଡ଼ିଆରେ ଏହି ଦୁଇଖେଳାଳିଙ୍କୁ ତ ଦର୍ଶକ ଅନେକ ଥର ଏକାଠି ଦେଖିବାକୁ ପାଇଛନ୍ତି କିନ୍ତୁ ଆଗାମୀ ଦିନରେ ସଚିନ ଓ ବିରାଟଙ୍କୁ ଦେଶର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମରେ ଏକାସାଙ୍ଗରେ ଦେଖିବାକୁ ମିଳିବ।
ସୂଚନାଯୋଗ୍ୟ, ୨୦୨୪ ଜାନୁଆରି ମାସ ସୁଦ୍ଧା ରାମମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ। ରାମମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଜାନୁଆରି ୨୨ ତାରିଖରେ ରହିଛି। ଏହି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ସଚିନ ଓ ବିରାଟଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ଚର୍ଚ୍ଚିତ କ୍ରିକେଟ ଯୋଡ଼ିଙ୍କ ସହିତ ୮୦୦୦ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବି ନିମନ୍ତ୍ରଣ କରାଯାଇଛି।