ମହଙ୍ଗା ପଡିଲା ଟଙ୍କା ନେଇ ପ୍ରଶ୍ନ ପଚାରିବା, ରଦ୍ଦ ହେଲା ସାଂସଦ ପଦ

0

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ସାଂସଦ ପଦ ରଦ୍ଦ ହୋଇଛି । ପଦ ରଦ୍ଦ ହେବା ପରେ ମହ୍ରୁଆ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି, ଏହି ମାମଲାରେ ମୋ ବିରୋଧରେ କୌଣସି ପ୍ରମାଣ ନାହିଁ , ମୁଁ ସଂସଦରେ ଆଦାନୀ ଦୁର୍ନୀତି ପ୍ରସଙ୍ଗ ଉଠାଇଥିବାରୁ ମୋତେ ଏଭଳି ଦଣ୍ଡ ମିଳିଛି । ହେଲେ ଆଗକୁ ମଧ୍ୟ ଆଦାନୀ ଦୁର୍ନୀତି ମାମଲା ଉଠାଇବେ ବୋଲି ମହୁଆ କହିଛନ୍ତି ।

ସେପଟେ ମହୁଆ ମୋଇତ୍ରଙ୍କ ସାଂସଦ ପଦ ରଦ୍ଦ ନେଇ ପ୍ରସ୍ତାବ ଆସିବା ପରେ ଲୋକସଭାରୁ ବାହାରି ଯାଇଥିଲେ ବିରୋଧୀ ସାଂସଦମାନେ । ଏଥିକ୍ସ କମିଟି ରିପୋର୍ଟ ଉପରେ ଯେତେବେଳେ ଲୋକସଭାରେ ଆଲୋଚନା ଆରମ୍ଭ ହୋଇଥିଲା ସେତେବେଳେ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ଯେ ମହୁଆଙ୍କୁ ମଧ୍ୟ ତାଙ୍କ ପକ୍ଷ ରଖିବାର ସୁଯୋଗ ଦିଆଯାଉ ।

Leave A Reply

Your email address will not be published.