ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ଅବକାରୀ ନୀତି ମାମଲାରେ ଏକ ବଡ଼ ରାୟ ଦେଇଛନ୍ତି ସୁପ୍ରିମ କୋର୍ଟ । ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ମଦ କମ୍ପାନୀ ପେରନୋଡ ରିକାଡର ଅଧିକାରୀ ବିନୟ ବାବୁଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ଥି ମିଳିଛି । ଏହି ମାମଲାର ଜାମିନ ପ୍ରଦାନ କରି କୋର୍ଟ କହିଛନ୍ତି କି, ବିନା ଟ୍ରାଏଲରେ କୌଣସି ଅଭିଯୁକ୍ତଙ୍କୁ ଦୀର୍ଘଦିନ ଧରି ଜେଲରେ ରଖାଯାଇପାରିବ ନାହିଁ ।
ଦିଲ୍ଲୀ ଅବକାରୀ ନୀତି ମାମଲାରେ ବିନୟ ବାବୁ ସରକାରୀ ସାକ୍ଷୀ ଅଟନ୍ତି । ଏହାସହ ସଂପୃକ୍ତ ମାମଲାରେ ସେ ଅଭିଯୁକ୍ତ ମଧ୍ୟ । ତାଙ୍କୁ ଅର୍ଥ ହେରଫେର ମାମଲାରେ ସିବିଆଇ ଗିରଫ କରିଥିଲା ।