ପାଞ୍ଚ ଦିନରେ ଜବତ ହେଲାଣି ୪୫୪ କୋଟି ୫୦ ଲକ୍ଷ ଟଙ୍କା

0

ନୂଆଦିଲ୍ଲୀ (ଆମ ଟିଭି): ଜଣେ ମଦ ବ୍ୟବସାୟୀଙ୍କ ଠାରୁ ଏତେ ପରିମାଣରେ ଟଙ୍କା ବାହାରିବ ଏହା କେହି କେବେ ବିଶ୍ୱାସ କରି ନଥିଲେ। ପାଞ୍ଚ ଦିନରେ ଜବତ ହେଲାଣି ୪୫୪ କୋଟି ୫୦ ଲକ୍ଷ ଟଙ୍କା । ଝାଡଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ଲିଙ୍କ୍ ନେଇ ଆୟକର ବିଭାଗ ଚଢାଉ ଜାରିରଖିଛି । ତେବେ ଏହି ୫ ଦିନରେ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଥିବା ସୂଚନା ମଳିଛି । ନଗଦ ଟଙ୍କା ଜବତ କ୍ଷେତ୍ରରେ ଏହା ଆୟକର ବିଭାଗର ସବୁଠୁ ବଡ଼ ରେଡ ବୋଲି କୁହାଯାଉଛି ।

ମୋଟ ଟଙ୍କାରୁ କେବଳ ଓଡ଼ିଶାରୁ ୪୪୮ କୋଟି ୫୦ ଲକ୍ଷ ଟଙ୍କା ଜବତ ହୋଇଛି । ସେଥିରୁ କେବଳ ବଲାଙ୍ଗୀରରୁ ୪୦୦ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ, ଟିଟଲାଗଡ଼ରୁ ୧୧ କୋଟି ଟଙ୍କା ଜବତ କରାଯାଇଛି । ଜବତ ଟଙ୍କାକୁ ସ୍ଥାନୀୟ ପିଡି ଆକାଉଣ୍ଟରେ ଜମା କରାଯାଉଛି ।

Leave A Reply

Your email address will not be published.