ଆମେରିକାରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ହତ୍ୟା ଧମକ

0

ନୂଆଦିଲ୍ଲୀ (ଆମ ଟିଭି): ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ହତ୍ୟା ଧମକ। ଭାରତୀୟ ମୂଳ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ୱାମୀ ଆସନ୍ତା ବର୍ଷ ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହୋଇଥିବାବେଳେ ଏବେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ସୋମବାର (ଡିସେମ୍ବର ୧୧) ଦିନ ଏକ କାର୍ଯ୍ୟକ୍ରମ ସମୟରେ ତାଙ୍କୁ ହତ୍ୟା ଧମକ ମିଳିଥିଲା। ନ୍ୟୁ ହାମ୍ପସାୟରର ଜଣେ ବ୍ୟକ୍ତି ହତ୍ୟା ଧମକ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ରିପବ୍ଲିକାନ୍ ପ୍ରାର୍ଥୀ ବିବେକ ରାମସ୍ୱାମୀଙ୍କ ମୁଖପାତ୍ର ସୋମବାର କହିଛନ୍ତି ଯେ ତାଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା।

ତେବେ ଏହି କାର୍ଯ୍ୟକ୍ରମ ପୂର୍ବରୁ ଜଣେ ବ୍ୟକ୍ତି ବିବେକଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଏନେଇ ଅଭିଯୋଗ ମିଳିବା ପରେ ଟାଇଲର ଆଣ୍ଡରସନ ନାମକ ବ୍ୟକ୍ତିକୁ ଗିରଫ କରାଯାଇଛି। ବ୍ୟକ୍ତି ଜଣକ ହତ୍ୟା ଧମକ ଥିବା ମେସେଜ୍ ପଠାଇଥିଲେ। ଗୋଟିଏରେ ରାମସ୍ୱାମୀଙ୍କ ମୁଣ୍ଡକୁ ଗୁଳି ମାରିବା ଧମକ ସହ ଅନ୍ୟଥିରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା।

Leave A Reply

Your email address will not be published.