ଖୁବଶୀଘ୍ର ମାଲକାନଗିରିରୁ ଉଡିବ ବିମାନ

0

ମାଲକାନଗିରି (ଆମ ଟିଭି): ସାକାର ହେବ ମାଲକାନଗିରି ବାସୀଙ୍କ ସ୍ଵପ୍ନ। ଆକାଶ ପଥରେ ଯୋଡିହେବ ମାଲକାନଗିରି । ଖୁବଶୀଘ୍ର ଜିଲ୍ଲାରୁ ଉଡିବ ବିମାନ । କମ ସମୟରେ ରାଜଧାନୀ ସହ ଅନ୍ୟ ରାଜ୍ୟକୁ ଯାତାୟତ କରିପାରିବେ ଜିଲ୍ଲାବାସୀ। ଜୋରସୋରରେ ଚାଲିଛି ମାଲକାନଗିରି ବିମାନବନ୍ଦର କାର୍ଯ୍ୟ ।

ଆଭିଏସନ୍ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା ଏବଂ ବିମାନ ବନ୍ଦର ପ୍ରାଧିକରଣ ଏଜିଏମ ପ୍ରଦୀପ୍ତ କୁମାର ବେଜ ନିର୍ମାଣଧୀନ ଏଆରଷ୍ଟ୍ରିପର ନିରୀକ୍ଷଣ କରି ଫେରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ , ରାଜ୍ୟ ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଆଲୋକ କୁମାର ମହାନ୍ତି, ଜିଲ୍ଲା ପୂର୍ତ୍ତ ବିଭାଗ ଅଧିକ୍ଷକ ଯନ୍ତ୍ରୀ ନିହାର ରଞ୍ଜନ ବେହେରାଙ୍କ ଉପସ୍ଥିତରେ ମାଲକାନଗିରି ଏଆରଷ୍ଟ୍ରିପର ଅନୁଧ୍ୟାନ କରାଯାଇଛି।

Leave A Reply

Your email address will not be published.