ଶୀତକାଳୀନ ଅଧିବେଶନରୁ ବିଦା ହେଲେ ୫ଜଣ କଂଗ୍ରେସ ସାଂସଦ

0

ନୂଆଦିଲ୍ଲୀ (ଆମ ଟିଭି): ବିରୋଧୀଙ୍କ ହଙ୍ଗାମା ପରେ ବାଚସ୍ପତିଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ରାଜ୍ୟସଭାରୁ ଟିଏମସି ସାଂସଦ ଡେରେକ ଓ’ବ୍ରାୟନ ନିଲମ୍ବିତ ହେବା ପରେ ଏବେ ଲୋକସଭାରୁ ୫ ଜଣ ସାଂସଦଙ୍କୁ ନିଲମ୍ବନ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା ।

ଲୋକସଭାରେ ହୋ ହାଲ୍ଲା କରିବା ଅଭିଯୋଗରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ହୋଇଥିବା ୫ କଂଗ୍ରେସ ସାଂସଦଙ୍କ ମଧ୍ୟରେ ରହିଛନ୍ତି ଟିଏନ ପ୍ରତାପନ, ହିବି ଏଡେନ, ଏସ୍ ଜୋଥିମଣୀ, ରାମାୟା ହରିଦାସ ଓ ଡିନ୍ କୋରିଆକୋସେ । ସେମାନଙ୍କୁ ପୂରା ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି ।

ଗତକାଲି ସଂସଦର ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟି ଉପରେ ଆଲୋଚନା କରିବାକୁ କଂଗ୍ରେସ ଓ ବିରୋଧୀ ସାଂସଦମାନେ ଦାବି କରୁଥିଲେ । ଏନେଇ କିଛି ସାଂସଦ ସଂସଦ ଭିତରେ ହୋ ହାଲ୍ଲା କରିବା ସହ ପ୍ରକୃତ ଦୋଷୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

Leave A Reply

Your email address will not be published.