ପ୍ରକାଶ ପାଇଛି ସିବିଏସ୍ଇ ରେଜଲ୍ଟ: ଶତପ୍ରତିଶତ ପାସ୍ ହାର ସହ ସଫଳତା ହାସଲ କଲା ଜୁପିଟର ପବ୍ଲିକ୍ ସ୍କୁଲ୍
ଭୁବନେଶ୍ୱର(ଆମ ଟିଭି): କେନ୍ଦ୍ରିୟ ମାଧ୍ୟମିକ ଶିକ୍ଷା ସଂସ୍ଥା (ସିବିଏସ୍ଇ) ପକ୍ଷରୁ ୨୦୨୨ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି । ସଦ୍ୟ ପ୍ରକାଶିତ ଉଭୟ ଦଶମ ଓ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳରେ ଜୁପିଟର୍ ପବ୍ଲିକ୍ ସ୍କୁଲ,ଭୁବନେଶ୍ଵର ଶତପ୍ରତିଶତ ପାସ୍ ହାର ସହ ଉତ୍ତମ ପ୍ରଦର୍ଶନ କରିଛି। ଦ୍ଵାଦଶ ପରୀକ୍ଷାରେ ପ୍ରଭୁଦତ୍ତ ମଙ୍ଗୁଆଳ ୯୮% ଓ ଦଶମ ପରୀକ୍ଷାରେ ଶର୍ମିଷ୍ଠା ବେହେରା ୯୬.୨% ମାର୍କ ରଖ୍ ଏହି ଶିକ୍ଷାସଂସ୍ଥାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଉଭୟ ଦଶମ । ଦ୍ଵାଦଶ ପରୀକ୍ଷାରେ ଜୁପିଟର୍ର ପ୍ରଥମ ଶ୍ରେଣୀ ପାସ ହାର ୮୩% ଲେଖାଏଁ ରହିଛି। ଏଥସହ ଅଧିକାଂଶ ବିଦ୍ୟାର୍ଥୀ ନିଜର ଦଶମ ପରୀକ୍ଷା ଫଳ ହାରଠାରୁ ଦ୍ଵାଦଶରେ ଅଧିକ ଉନ୍ନତ ପ୍ରଦର୍ଶନ କରିପାରିଛନ୍ତି ।

ଏହି ସଫଳତା ପାଇଁ ଜୁପିଟର୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ନିରୁପମା ପାତ୍ର ଓ ରୋହିତ କୁମାର ଷଡ଼ଙ୍ଗୀ ପିଲାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥ୍ସହ ଶିକ୍ଷା ସଂସ୍କାର ପରିଚାଳନା କମିଟି ଓ ଅଭିଭାବକମାନଙ୍କ ସହଯୋଗ ପାଇଁ ଅଭିନନ୍ଦନ ଜଣାଇବା ସହ କୃତଜ୍ଞତା ପ୍ରକାଶ କରିଛନ୍ତି ।