ତାମିଲନାଡୁରେ ବନ୍ୟା ତାଣ୍ଡବ: ହନ୍ତସନ୍ତ ଲୋକେ

0

ନୂଆଦିଲ୍ଲୀ (ଆମ ଟିଭି): ତାମିଲନାଡୁରେ ବନ୍ୟା ତାଣ୍ଡବ । ଶୀତ ଭିତରେ ବନ୍ୟା ଲୋକଙ୍କୁ କଲବଲ କରୁଛି। ପ୍ରବଳ ବର୍ଷା ଯୋଗୁ ତାମିଲନାଡୁ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ତାମିଲନାଡୁର ଦକ୍ଷିଣାଚଂଳରେ ୪ ଟି ଜିଲ୍ଲା ପୁରା ପାଣି ଘେରରେ ରହିଛି । ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ନିଖୋଜ ଅଛନ୍ତି । ଅନେକ ଘର ଭାଙ୍ଗିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସ୍ଥଳସେନା, ନୌସେନା ସହ ବାୟୁସେନାକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ରାସ୍ତା ଘାଟ ସହିତ ଘର ଭିତରେ ପାଣି ପଶିଛି । ଗତ ୨୪ ଘଂଟାରେ କିଛି ସ୍ଥାନରେ ୯୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । କନ୍ୟାକୁମାରୀ, ତିରୁନେଲଭି, ଥୋଠୁକୁଡି ଏବଂ ତେନକାସି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ବର୍ଷା ଅଧିକ ହେଉଥିବାରୁ ଟ୍ରେନ ସେବା ମଧ୍ୟ ବ୍ୟାହତ ହୋଇଛି । କିଛି ଟ୍ରେନ ସମ୍ପୂର୍ଣ୍ଣ ଭାବେ ବାତିଲ ହୋଇଥିବା ବେଳେ ଆଉ କିଛି ଟ୍ରେନର ଗତିପଥ ବଦଳାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.