କଂଗ୍ରେସକୁ ଅହଙ୍କାରୀ ବୋଲି କହିଲେ ଉଦ୍ଧବ ଠାକରେ

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ମେଣ୍ଟରେ ଫାଟ। ଆଜି ଭାରତୀୟ ମେଣ୍ଟର ବୈଠକ ପୂର୍ବରୁ ବିରୋଧୀଙ୍କ ମେଣ୍ଟରେ ବିଭେଦ ଦେଖିବାକୁ ମିଳିଛି । ଉଦ୍ଧବ ଠାକରେଙ୍କ ଶିବସେନା ଭାରତୀୟ ମେଣ୍ଟ କଂଗ୍ରେସକୁ ଟାର୍ଗେଟ କରି ଏହାକୁ ଅହଂକାରୀ ବୋଲି କହିଛି। ମୁଖପାତ୍ର ‘ସାମନା’ ଜରିଆରେ କଂଗ୍ରେସକୁ ଟାର୍ଗେଟ କରିବା ସହ କଂଗ୍ରେସ ସମସ୍ତ କେକ୍ ନିଜେ ଖାଇବାକୁ ଚାହୁଁଛି ବୋଲି କହିଛନ୍ତି ଉଦ୍ଧବ ଠାକରେ ।

ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ପ୍ରକାଶ ପାଇଛି ଯେ , ବର୍ତ୍ତମାନ ଇଣ୍ଡିଆ ଆଲାଏନ୍ସର ରଥ ସାରଥୀ ବିହୀନ । ତେଣୁ ଏବେ ଇଣ୍ଡିଆ ମେଣ୍ଟକୁ ଜଣେ ସାରଥୀଙ୍କ ଆବଶ୍ୟକତା ରହିଛି। କଂଗ୍ରେସ ଆଞ୍ଚଳିକ ଦଳକୁ ସମର୍ଥନ କରିବା ଉଚିତ ବୋଲି କଂଗ୍ରେସକୁ ପରାମର୍ଶ ଦେଇ ଲେଖିଛନ୍ତି ଉଦ୍ଧବ ଠାକରେ । ଆହୁରି ମଧ୍ୟ ଲେଖିଛନ୍ତି ଯେ, ୨୮ ଦଳୀୟ ମେଣ୍ଟ ଇଣ୍ଡିଆ ଆଲାଏନ୍ସରେ ଅଛନ୍ତି, କିନ୍ତୁ ୧୦୦ ରୋଷେୟା ଖାଦ୍ୟ ନଷ୍ଟ କରୁଛନ୍ତି। ଆଜିର ବୈଠକରେ ଇଣ୍ଡିଆ ମେଣ୍ଟର ଚେହେରା ସ୍ପଷ୍ଟ ହେବା ଦରକାର ।

Leave A Reply

Your email address will not be published.