ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ ହେଲେ ଦିନେଶ ଗୁଣଓ୍ୱାର୍ଦ୍ଦେନା

0

କଲମ୍ବୋ: ଦିନେଶ ଗୁଣଓ୍ୱାର୍ଦ୍ଦେନା ହେଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୭୩ ବର୍ଷ ବୟସ୍କ ଅଭିଜ୍ଞ ରାଜନେତା ଦିନେଶ । ବିଗତ ଗୋଟାବାୟା ରାଜପକ୍ଷ ସରକାରରେ ସେ ଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀ । ଗତ ଏପ୍ରିଲରେ ସେ ଗୋଟାବାୟାଙ୍କ ଦ୍ୱାରା ଗୃହମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ସେ ଜଣେ ବିଶ୍ୱସ୍ତ ନେତା ଭାବେ ପରିଚିତ । ଜଣେ ସରଳ ଓ ସଚ୍ଚୋଟ ରାଜନେତା ଭାବେ ସେ ଖ୍ୟାତି ଅର୍ଜନ କରିଛନ୍ତି ।

ଦେଶରେ ସଙ୍କଟ ବଳବତ୍ତର ରହିଥିବାବେଳେ ନୂଆ ପ୍ରଧାନମନ୍ତ୍ରୀ କିପରି ଦାୟିତ୍ୱ ତୁଲାଇବେ ତାହାକୁ ନେଇ ଜାରି ରହିଛି ସସପେନ୍ସ । ସେପଟେ ନବନିର୍ବାଚିତ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କ ବିରୋଧରେ ଜୋରଦାର ବିକ୍ଷାଭ ଜାରି ରହିଛି । ପ୍ରବଳ ବିରୋଧର ମୁକାବିଲା କରିବା ଲାଗି ସେ ଏକ ଜାତୀୟ ସରକାର ଗଠନ ସପକ୍ଷରେ ପ୍ରସ୍ତାବ ଦେଇପାରନ୍ତି । ତେଣେ ରାଷ୍ଟ୍ରପତିଙ୍କ ସଚିବାଳୟ ବାହାରେ ଆନ୍ଦୋଳନକାରୀଙ୍କ ମୁକାବିଲା ଲାଗି ସଶସ୍ତ୍ର ବାହିନୀ ମୁତୟନ କରାଯାଇଛି । 

Leave A Reply

Your email address will not be published.