ଭୁବନେଶ୍ୱର (ଆମ ଟିଭି): ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଓଡ଼ିଶାରେ ଲଢ଼େଇ ପାଇଁ ଦିଲ୍ଲୀରେ ପ୍ରସ୍ତୁତ ହୋଇଛି କଂଗ୍ରେସର ରଣନୀତି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଓଡ଼ିଶା କଂଗ୍ରେସ ନେତା ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଏଥିସହ ଜାନୁୟାରୀ ମାସରେ କଂଗ୍ରେସର ପୋଷ୍ଟରବୟ ରାହୁଲ ଗାନ୍ଧୀ, ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ନେତା ।
୨୦୨୪ ନିର୍ବାଚନ ପ୍ରସ୍ତୁତି ପାଇଁ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି ରଣନୀତି କରିବା ପରେ ଓଡିଶା ଫେରିଛନ୍ତି ରାଜ୍ୟ କଂଗ୍ରେସ ନେତା । ଦଳକୁ ତୃଣମୂଳସ୍ତରରୁ ସଂଗଠିତ କରି ସାଧାରଣ ନିର୍ବାଚନ ମଇଦାନକୁ ପୂର୍ଣ୍ଣ ଶକ୍ତି ସହ ଓହ୍ଲାଇବାକୁ ଯୋଜନା ହୋଇଛି ।