ନବରଙ୍ଗପୁରରେ ପୁଣି ଥରେ ଝାଡ଼ଖଣ୍ଡ ହାତୀଙ୍କ ଉପଦ୍ରବ

0

ଭୁବନେଶ୍ୱର (ଆମ ଟିଭି): ନବରଙ୍ଗପୁରରେ ପୁଣି ଥରେ ହାତୀ ଉପଦ୍ରବ ।  ପୁଣିଥରେ କିଛିଦିନର ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲାର ଛତିଶଗଡ଼ ସୀମାନ୍ତରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀ ଆକ୍ରମଣ ଜଣକର ମୃତ୍ୟୁ ଘଟିଛି । ନବରଙ୍ଗପୁର ଜିଲ୍ଲାର ସୀମାନ୍ତ ରାଇଘର ବ୍ଳକରେ ଗତ ଦୁଇ ତଳେ ଉଦନ୍ତି ସୀତା ନଦୀ ଅଭୟାରଣ୍ୟରୁ ଛତିଶଗଡ଼ି ହାତୀପଲ ପଶି ଆସିଥିଲେ କିନ୍ତୁ ବନ ବିଭାଗ ପକ୍ଷରୁ କୌଣସି ସଚେତନତା ହେଇନଥିବା ହେତୁ ଲୋକେ ଜାଣି ପାରି ନଥିଲେ ।

ଗୁରୁବାର ରାତିରେ ୩୦ ଟିକିଆ ହାତୀପଲ କୁନ୍ଦେଇ ବନ ବିଭାଗ କାର୍ଯ୍ୟଳୟରୁ ମାତ୍ର ୫ କିଲୋମିଟର ଦୂର ଖୁଡୁକ ଗ୍ରାମ ଭିତରକୁ ପଶିଆସି ଦୁଇଟି ଘର ଭାଙ୍ଗି ଧାନ ମକା ଖାଇବା ସହ ଫସଲ ନଷ୍ଟ କରିଛନ୍ତି । ଗ୍ରାମର ସୁବାଇ ଗଣ୍ଡ ନାମକ ମହିଳା ନିଜ ଚାଷ ଜମିରେ ଥିବା ଘରେ ଶୋଇଥିବା ବେଳେ ଶୁଣ୍ଢରୁ ଟେକିଆଣି ହାତୀ ଦଳି ମାରି ଦେଇଛନ୍ତି ।

Leave A Reply

Your email address will not be published.