ରାଉରକେଲା (ଆମ ଟିଭି): ସ୍ମାର୍ଟ ସିଟିରେ ହଇଜା ଆତଙ୍କ । ଇସ୍ପାତ ନଗରୀ ରାଉରକେଲାରେ ଥମୁନି ହଇଜା । ଏହି ରୋଗରେ ପଡ଼ି ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି । ବର୍ତମାନ ସୁଦ୍ଧା ଏହି ରୋଗରେ ମୃତ୍ୟୁ ସଂଖ୍ୟା ୧୫ରେ ପହଂଚିଥିବା ଅଭିଯୋଗ ହୋଇଛି । ସଂକ୍ରମଣ ରୋକିବାକୁ ପ୍ରଶାସନିକ ସ୍ତରରେ ଜୋରଦାର ଉଦ୍ୟମ ଚାଲିଛି । ମୁକାବିଲା ପାଇଁ ଏଡିଏମ୍ ଓ ସିଡିଏମ୍ଓଙ୍କ ମାରାଥନ ସମୀକ୍ଷା ବୈଠକ ହେଉଛି ।
ସେପଟେ ଲୋକଙ୍କ ସଚେତନତା ପାଇଁ ୯ଟି ମୋବାଇଲ୍ ଟିମ୍ ଗଠିତ ହୋଇଛି । ଏହି ଟିମ୍ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରିବେ । ପାଣି ଫୁଟାଇ ପିଇବା, ବାହାର ଖାଦ୍ୟ ନଖାଇବା ପାଇଁ ପରାମର୍ଶ ଦେବେ ।