ଭାରତରେ ବଢୁଛି କରୋନା ସଂକ୍ରମଣ: ୨୪ ଘଣ୍ଟାରେ ୫୨୯ ପଜିଟିଭ୍ ଚିହ୍ନଟ

0

ନୂଆଦିଲ୍ଲୀ: ଭାରତରେ ପୁଣି କଡ଼ ଲେଉଟାଇଲାଣି କରୋନା । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୪ ଘଣ୍ଟାରେ ଭାରତରେ ୫୨୯ ଟି ନୂଆ କରୋନା ମାମଲା ରେକର୍ଡ ହୋଇଥିବା ବେଳେ ମୋଟ ସକ୍ରିୟ ମାମଲା ୪୦୯୩ରେ ପହଞ୍ଚିଛି। ଏଥିସହିତ ତିନି ଜଣ ଆକ୍ରାନ୍ତଙ୍କର ମଧ୍ୟ ମୃତ୍ୟୁ ଘଟିଛି, ସେଥିମଧ୍ୟରୁ ଦୁଇଜଣ କର୍ନାଟକର ଏବଂ ଜଣେ ଗୁଜରାଟର ବୋଲି ଜଣାପଡିଛି।

ଏହି ସମୟରେ କରୋନା ଭୂତାଣୁ ବୃଦ୍ଧି ପାଉଥିବା ବେଳେ କର୍ନାଟକ ସରକାର ଏକ ନୂତନ ଆହଭାଇଜରୀ ଜାରି କରିଛନ୍ତି। ଯାହା ଅଧୀନରେ ବର୍ତ୍ତମାନ ସଂକ୍ରମିତ ଲୋକଙ୍କୁ ସାତ ଦିନ ପାଇଁ ଘର ଭିତରେ ଆଇସୋଲେଶନରେ ରହିବାକୁ ପଡ଼ିବ । ଏହା ବ୍ୟତୀତ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କ ଯାଞ୍ଚ ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଚିନ୍ତାର ବିଷୟ ହେଉଛି, କରୋନାର ସବ-ଭାରିଆଣ୍ଟ ଜେଏନ୍.୧ ମଧ୍ୟ ଦ୍ରୁତ ଗତିରେ ବଢି ଚାଲିଛି। ବର୍ତ୍ତମାନ ଏହା ଦେଶର ୭ଟି ରାଜ୍ୟରେ ଲୋକଙ୍କୁ ପ୍ରଭାବିତ କରିଛି । ନୂଆ ଭାରିଆଣ୍ଟରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.