ଭଦ୍ରକ(ଆମ ଟିଭି): ଭଦ୍ରକ ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି 5T ଅଧ୍ୟକ୍ଷ। ଖୁବଶୀଘ୍ର ଜନସାଧାରଣଙ୍କ ସମସ୍ୟାର ସମାଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ଭଦ୍ରକର ବିଭିନ୍ନ ସ୍ଥାନରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଅସୁରାଳିରେ ମଧ୍ୟ ସମୀକ୍ଷା କରିଥିଲେ। ଏହି ସମୟରେ ସେ ଜନସାଧାରଣଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ଏକ ସଭାରେ ଜନତାଙ୍କୁ ସମ୍ବୋଧନ କରିବା ସହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି 5T ଅଧ୍ୟକ୍ଷ। ସେ କହିଛନ୍ତି ଯେ, ଓଡ଼ିଶାରେ ସବୁ କ୍ଷେତ୍ରରେ ଚାଲିଛି ରୂପାନ୍ତରଣ। ଯାହାକୁ କିଛି ସହି ପାରୁନାହାନ୍ତି।