ବିରୋଧୀ ହେଉଛନ୍ତି ସାଇବେରିଆନ ପକ୍ଷୀ: ଅମର ଶତପଥୀ

0

ଭୁବନେଶ୍ବର: ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ବିରୋଧୀଙ୍କୁ ସାଇବେରିଆନ ପକ୍ଷୀ କହିଲା ବିଜେଡି। ଲୋକଙ୍କ ସହ ବିରୋଧୀଙ୍କର କୌଣସି ସମ୍ପର୍କ ନାହିଁ। ନିର୍ବାଚନ ବେଳେ ସାଇବେରିଆନ ପକ୍ଷୀ ଭଳି ଆସନ୍ତି ପୁଣି ଉଡ଼ି ଯାଆନ୍ତି ବୋଲି ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି। ବିଜେଡି ଲୋକଙ୍କ ସହ ରହିଛି।

ମୁଖ୍ୟମନ୍ତ୍ରୀଙ୍କୁ ଲୋକେ ଆଦରି ନେଇଛନ୍ତି। ବିରୋଧୀ ଯେତେ ସମାଲୋଚନା କଲେ ବି ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବିରୋଧୀଙ୍କ ସବୁ ଅଭିଯୋଗ ଭିତ୍ତିହୀନ। ସେସବୁ ଲୋକଙ୍କ ପାଇଁ ଗ୍ରହଣୀୟ ନୁହେଁ। ବିରୋଧୀ ବିଜେଡି ସହ ଲଢେଇ କରିବା ଭଳି ସ୍ଥିତିରେ ନାହାନ୍ତି ବୋଲି ଅମର ଶତପଥୀ କହିଛନ୍ତି ।

 

Leave A Reply

Your email address will not be published.