ପାକିସ୍ତାନରେ ନୂଆବର୍ଷ ପାଳନ ଉପରେ କଟକଣା ଲଗାଇଲେ ପାକିସ୍ତାନ ସରକାର

0

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପାକିସ୍ତାନ ସରକାର। ପାକିସ୍ତାନ ସରକାର ନୂଆ ବର୍ଷ ପାଳନକୁ ନିଷିଦ୍ଧ କରିଛନ୍ତି । ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଲେଷ୍ଟାଇନର ଭୟଙ୍କର ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଆମର ପାଲେଷ୍ଟାଇନ ଭାଇ ଓ ଭଉଣୀମାନଙ୍କ ସହିତ ଏକତା ଦେଖାଇବା ପାଇଁ ସରକାର ନୂଆ ବର୍ଷ ନ ପାଳିବା ପାଇଁ ନିଷ୍ପତି ନେଇଛି ।ଆମ ସରକାର କୌଣସି ବି ପ୍ରକାର ନୂଆବର୍ଷ ପାଳନ କାର୍ଯ୍ୟକ୍ରମ ଉପରେ କଠୋର ପ୍ରତିବନ୍ଧକ ଲଗାଇବେ । ହମାସ ଦ୍ୱାରା ପରିଚାଳିତ ଗାଜାରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୨୦,୦୦୦ ରୁ ଅଧିକ ପାଲେଷ୍ଟାଇନ୍ର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ।କଙ୍ଗାଳ ହେଇଯାଇଥିବା ପାକିସ୍ତାନୀମାନେ ଆଉ ନୂଆ ବର୍ଷ ପାଳନ କରିବାକୁ ସକ୍ଷମ ହେବେ ନାହିଁ, କାରଣ ପାକିସ୍ତାନ ସରକାର ନୂଆ ବର୍ଷ ପାଳନକୁ ବାରଣ କରିଛନ୍ତି । ତେବେ ଏହାର କାରଣ ସରକାର ଦେଇଛନ୍ତି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ।

ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ଗୁରୁବାର ଦିନ ଦେଶରେ ନୂଆ ବର୍ଷ ପାଳନ ଉପରେ ନିଷେଧାଦେଶ ଘୋଷଣା କରି ଯୁଦ୍ଧ ଦ୍ଵାରା କ୍ଷତିଗ୍ରସ୍ତ ଗାଜାର ଲୋକଙ୍କ ସହ ଏକତା ପ୍ରଦର୍ଶନ କରିବେ। ରାଷ୍ଟ୍ରକୁ ସମ୍ବୋଧିତ କରି କାକର ପାକିସ୍ତାନୀମାନଙ୍କୁ ପାଲେଷ୍ଟାଇନୀୟମାନଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ଏବଂ ନୂତନ ବର୍ଷରେ ସଂଯମତା ଏବଂ ନମ୍ରତା ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ।ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପାଲେଷ୍ଟାଇନର ଭୟଙ୍କର ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଆମର ପାଲେଷ୍ଟାଇନ ଭାଇ ଓ ଭଉଣୀମାନଙ୍କ ସହିତ ଏକତା ଦେଖାଇବା ପାଇଁ ସରକାର ନୂଆ ବର୍ଷ ନ ପାଳିବା ପାଇଁ ନିଷ୍ପତି ନେଇଛି ।

Leave A Reply

Your email address will not be published.