ଏଣିକି ବିଳମ୍ବରରେ ଅଫିସ ଆସିଲେ କଟିବ ଦରମା

0

ଭୁବନେଶ୍ୱର(ଆମ ଟିଭି): ଭୁବନେଶ୍ୱରରେ ଲାଗୁ ହେଲା ନୂଆ ନିୟମ । ଏଣିକି ଅଫିସ୍ ବିଳମ୍ବରେ ଆସିଲେ କଟିବ ଦରମା। ବିଏମସି କର୍ମଚାରୀ କାର୍ୟ୍ୟାଳୟକୁ ବିଳମ୍ବରେ ଆସିଲେ କଟିବ ଦରମା। କାର୍ୟ୍ୟରେ ଅବହେଳା ଯୋଗୁଁ ବିଏମସି ଶନିବାର ଏହି ନିଷ୍ପତ୍ତି ନେଇଛି। ଦରମା କାଟିବାକୁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି। କର୍ମଚାରୀ ସକାଳ ୯ଟା ୪୫ରୁ ୧୦ଟା ୧୫ ମଧ୍ୟରେ ପହଞ୍ଚିବେ। ୧୦ଟା ୩୦ ମିନିଟ୍ ପରେ ପହଞ୍ଚିଲେ ସେମାନଙ୍କ ଦରମା କଟାଯିବ।

ବିଏମସି ମୁଖ୍ୟାଳୟରେ ଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି। ଡିଏଲଆର,ସିଏଲଆର, ଠିକା,ଆଉଟସୋସିଂ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି। ତଦାରଖ ପାଇଁ ପ୍ରତି ମହଲାରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ମୁତୟନ ରହିବେ। ୫ଟିର ମୂଳତତ୍ତ୍ୱ ବା ମୌଳିକତା ହେଉଛି ସମୟାନୁବର୍ତ୍ତିତା। ବିଏମସି କର୍ମଚାରୀ ଠିକ୍ ସମୟରେ କାର୍ୟ୍ୟାଳୟରେ ପହଞ୍ଚିବେ। ଏନେଇ ବିଏମସି କମିଶନର ବିଜ୍ଞପ୍ତି ଜାରି କରିଛନ୍ତି।

Leave A Reply

Your email address will not be published.