ମହାରାଷ୍ଟ୍ରର ଗ୍ଲୋଭସ୍ ନିର୍ମାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ

0

ନୂଆଦିଲ୍ଲୀ (ଆମ ଟିଭି): ମହାରାଷ୍ଟ୍ରରେ ଭୟଙ୍କର ଅଗ୍ନିକାଣ୍ଡ । ମହାରାଷ୍ଟ୍ରର ଛତ୍ରପତି ଶାମ୍ଭାଜୀ ନଗରରେ ଥିବା ଏକ ଗ୍ଲୋଭସ୍ ନିର୍ମାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ଏକାଧିକ ବ୍ୟକ୍ତି ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏନେଇ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।

କର୍ମଚାରୀଙ୍କ କହିବା ମୁତାବକ, ରାତିରେ କାରଖାନା ବନ୍ଦ ରହିଥିଲା। ସେତିକିବେଳେ କାରଖାନାରେ ନିଆଁ ଲାଗିଯାଇଥିଲା। ହେଲେ ୧୦ରୁ ୧୫ କର୍ମଚାରୀ କାରଖାନାରେ ଫସି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ। ଦୀର୍ଘ ସମୟ ଧରି ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ନିଆଁ ଲାଗିବାର ସ୍ପଷ୍ଟ କାରଣ ଜଣାପଡି ନ ଥିବା ବେଳେ ଅଧିକାରୀ ଏହାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.