ବିଏସଇ ବିଲ୍ଡିଂ ଉଡ଼ାଇଦେବାକୁ ଧମକ ଦେଲା ଗୁରୁପତୱନ୍ତ ସିଂ ପନ୍ନୁ

0

ନୂଆଦିଲ୍ଲୀ: ପୁଣି ଧମକ ଦେଲା ଗୁରୁପତଓ୍ବନ୍ତ ସିଂ ପନ୍ନୁ। ଆମେରିକାରେ ବସିଥିବା ବିଚ୍ଛିନ୍ନତାବାଦୀ ତଥା ଶିଖ ଫର ଜଷ୍ଟିସ ପ୍ରତିଷ୍ଠାତା ଗୁରୁପତଓ୍ବନ୍ତ ସିଂ ପନ୍ନୁ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି। ପୃଥକ ଖାଲିସ୍ତାନ ଉପରେ ହୋଇଥିବା ଜନମତ ସଂଗ୍ରହରେ ବିଫଳ ହେବା ପରେ ସେ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଟାର୍ଗେଟ କରି ଭାରତର ଅର୍ଥନୈତିକ ବିନାଶ ପାଇଁ ଏକ ଉତ୍ତେଜନାମୂଳକ ଆହ୍ବାନ ଦେଇଛନ୍ତି। ଏଥିପାଇଁ ସେ ମୁମ୍ବାଇରେ ସିରିଏଲ ବିସ୍ଫୋରଣର ବାର୍ଷିକୀ ଅର୍ଥାତ ମାର୍ଚ୍ଚ ୧୨ କୁ ବାଛିଛନ୍ତି। ଏହି ଦିନ ବିଏସଇ ବିଲ୍ଡିଂ ସମେତ ଅନେକ ସ୍ଥାନକୁ ଟାର୍ଗେଟ କରାଯିବ ବୋଲି ସେ ଧମକ ଦେଇଛନ୍ତି।

୧୨ ମାର୍ଚ୍ଚ ୧୯୯୩ ରେ ହୋଇଥିବା ସିରିଏଲ ବିସ୍ଫୋରଣରେ ବିଏସଏଫ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିଲା। ପନ୍ନୁନ ଏଥର କହିଛନ୍ତି, ’ମାର୍ଚ୍ଚ ୧୨ରେ ଏନଏସଇ/ବିଏସଇକୁ ଟାର୍ଗେଟ କରିବାକୁ ଏସଜେଏଫ ଧମକ ଦେଇଛି। ଯାହାଦ୍ୱାରା ଭାରତର ଅର୍ଥନୈତିକ ବ୍ୟବସ୍ଥାକୁ ନଷ୍ଟ କରି ହେବ।

Leave A Reply

Your email address will not be published.