ଓଡ଼ିଆ ଚଳଚ୍ଚିତ୍ର ଶାନ୍ତି ଆପାର୍ଟମେଣ୍ଟ ଶୁଭମୁକ୍ତି ଫେଵୃୟାରୀ ୨

"ଶାନ୍ତି ଆପାର୍ଟମେଣ୍ଟ "ଏକ ଭିନ୍ନ ଧରଣର ନାଁ ଆଉ ଭିନ୍ନ ଧରଣର ଓଡିଆ ଚଳଚ୍ଚୀତ୍ର ମଧ୍ୟl ନିକଟରେ "ଶାନ୍ତି ଆପାର୍ଟମେଣ୍ଟର" ଫାଷ୍ଟଲୁକ୍ ରିଲିଜ୍ ହୋଇଯାଇଛି l

0

ଭୁବନେଶ୍ୱର(ଆମ ଟିଭି): ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଦେଇଆସୁଥିବା ଯୁବ ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ ଙ୍କର ନିର୍ଦ୍ଦେଶନା ରେ ନିର୍ମିତ ହୋଇଛି “ଶାନ୍ତି ଆପାର୍ଟମେଣ୍ଟ” l “ଡେଲିଭରୀ ବୟ”, “ଡଟପେନ” ଚଳଚ୍ଚିତ୍ର ର ସଫଳତା ପରେ ଆସନ୍ତା ଫେବୃଆରୀ ୨ ତାରିଖ ରେ ମୁକ୍ତିଲାଭ କରିବ “ଶାନ୍ତି ଆପାର୍ଟମେଣ୍ଟ” l ବିକ୍ରମ ଶଙ୍କର ଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ର ରେ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଭିଜିତ, କାହାଣୀ, ଚିତ୍ରନାଟ୍ୟ ସହ ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନ ତ୍ରିପାଠୀ l ସଂଳାପ ଡଃ ଦୀପକ ଜେନା, ସହଯୋଗୀ ନିର୍ଦ୍ଦେଶନା ଆଶିଷ ବେହେରା l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ପଣ୍ଡା, ଗୀତ ସନ୍ଦୀପ ପଣ୍ଡା, ଡ଼ଃ ନିର୍ମଳ ନାୟକ ରଚନା କରିଛନ୍ତି l କଣ୍ଠଦାନ ସନ୍ଦୀପ ପଣ୍ଡା, ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅର୍ପିତା ଚୌଧୁରୀ ଏବଂ ସ୍ୱୟଂ ପାଢ଼ୀ କରିଛନ୍ତି l ନୃତ୍ୟ ନିର୍ଦ୍ଦେଶନା ଅମିତ ନାୟକ ଦେଇଛନ୍ତି l ଚିତ୍ରତ୍ତୋଳନ ପ୍ରତାପ ରାଉତ ଏବଂ ସମ୍ପାଦନା କରିଛନ୍ତି ବିଶ୍ୱରଞ୍ଜନ ସୁବୁଦ୍ଧି lଏହାର ପ୍ରଚାର ପ୍ରସାର ଦାୟିତ୍ବ ଓ କ୍ରିଏଟିଭ୍ ହେଡ୍ ଅଛନ୍ତି ପ୍ରଣୟ ଜେଠୀ।

ଅଭିନୟ ରେ ଅଛନ୍ତି ଦୀପନ୍ୱିତ ଦାସ ମହାପାତ୍ର, ଶୁଭାଶିଷ ଶର୍ମା, ରାଗିଣୀ ସୂତ୍ରଧର, ଆଲିଆ ନନ୍ଦ, ବରଦା ପାତ୍ର, ସନ୍ତୁ ନିଜେ, ପ୍ରସନଜିତ ମହାପାତ୍ର, ପ୍ରୀତି ବିଶ୍ୱାଳ, ଅଭିଷେକ ପାତ୍ର, ଶକ୍ତି ବରାଳ, ରାକ୍ଷୀ ଦାଶ, ଆଇମୋନ ପ୍ରଧାନ, ଅନୁଷ୍କା ରାଉତରାୟ, ବିକ୍କୀ ମିଶ୍ର ଏବଂ ଅମିତାଭ l କିଛି ସସ୍ପେନ୍ସ ଏବଂ ଥ୍ରୀଲର ର କାହାଣୀ କୁ ନେଇ ନିର୍ମିତ ଚଳଚ୍ଚିତ୍ର “ଶାନ୍ତି ଆପାର୍ଟମେଣ୍ଟ” l ତେବେ ୨୦୨୪ ମସିହା ର ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ଯାହା ନୂଆବର୍ଷ ଉପଲକ୍ଷେ ମୁକ୍ରିଲାଭ କରିବାକୁ ଯାଉଛି l ପୂର୍ବରୁ ଦର୍ଶକ ଯେମିତି ଯେତିକି ଭଲ ପାଇବା ଦେଇଥିଲେ ତା’ଠୁ ଅଧିକ ଶାନ୍ତି ଆପାର୍ଟମେଣ୍ଟ କୁ ମିଳିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ l

Leave A Reply

Your email address will not be published.