ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ

0

ଭୁବନେଶ୍ୱର: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣରେ ଆଉ ଜଣେ ପୀଡିତ ଆଖି ବୁଝିଛନ୍ତି। ଏଥି ସହିତ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଛି। ମୃତକ ହେଉଛନ୍ତି ପୁରୀ ଜିଲା ଡେଲାଙ୍ଗ ଚାଇଁପୁର ଗାଁର ୨୩ ବର୍ଷୀୟ ଶ୍ରୀତମ ସାହୁ । ଗତ ଦୁଇ ବର୍ଷ ହେବ ଶ୍ରୀତମ ହାଇଟେକ୍ ମେଡିକାଲ କଲେଜରେ ଚାକିରି କରୁଥିଲେ।

ପରିବାରର ଏକମାତ୍ର ରୋଜଗାରିଅ ପୁଅକୁ ହରି ସମଗ୍ର ପରିବାର ବେସାହାରା ହୋଇ ପଡ଼ିଛି। ଶ୍ରୀତମଙ୍କ ମୃତ୍ୟୁ ଖବର ପରିବାରବର୍ଗଙ୍କୁ ଗତକାଲି ରାତିରେ ଦିଆଯାଇଥିଲା। ଏହାପରେ ପରିବାର ଲୋକେ ହାଇଟେକ୍ ମେଡିକାଲ କଲେଜରେ ପହଞ୍ଚିଥିଲେ। ତେବେ ଶ୍ରୀତମଙ୍କ ପରିବାର ବୁଧବାର ମେଡିକାଲ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଶ୍ରୀତମଙ୍କ ବାପା ଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୯ ତାରିଖରେ ହୋଇଥିବା ବିସ୍ଫୋରଣରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ମାତ୍ର ମେଡିକାଲ ଉପରେ ଚାପ ପଡ଼ିବା ଭୟରେ ସେମାନେ ସମସ୍ତଙ୍କୁ ମୃତ ବୋଲି ଘୋଷଣା କରୁ ନାହାନ୍ତି। ଦିନେ, ୨ ଦିନ ଅନ୍ତରରେ ଜଣେ ଲେଖାଏ ଗୁରୁତରଙ୍କୁ ସେମାନେ ମୃତ ଘୋଷଣା କରୁଛନ୍ତି। ଗତ ୨ ଦିନ ପୂର୍ବେ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଏବେ ଆମ ପୁଅ ଆଖି ବୁଜି ସାରିଥିବା କହୁଛନ୍ତି ।

Leave A Reply

Your email address will not be published.