ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦିନ ଉପବାସ ରହିବେ ପ୍ରଧାନମନ୍ତ୍ରୀ ମୋଦି

0

ନୂଆଦିଲ୍ଲୀ: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦଘାଟନ ଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବ ଏହି ଉତ୍ସବ । ଗୁପ୍ତ ଭୋଟ ମାଧ୍ୟମରେ ରାମ ମନ୍ଦିର ପାଇଁ ପ୍ରତିମାକୁ ମଧ୍ୟ ଚୟନ କରାଯାଇଛି। ଏହି ମହାନ କାର୍ୟ୍ୟକ୍ରମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ମଧ୍ୟ ଅଯୋଧ୍ୟା ଯିବେ ଏବଂ ସେ ଏହି ଦିନ ସେ ଉପବାସ ରଖିବେ। ଏହାପୂର୍ବରୁ ଜାନୁଆରୀ ୧୬ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପିତ ହୋଇଥିବା ଅକ୍ଷତଙ୍କୁ ଅଯୋଧ୍ୟାରେ ପହଞ୍ଚାଯିବ। ଅକ୍ଷତ ପହଞ୍ଚିବା ପରେ ୭ଦିନର ରୀତିନୀତି ଆରମ୍ଭ ହେବ।

ଶାସ୍ତ୍ରୀୟ ନିୟମ ଏବଂ ପରମ୍ପରା ଅନୁଯାୟୀ, ଯଜମାନକୁୁ ଦିନସାରା ଉପବାସ କରିବାକୁ ପଡ଼ିବ ଏବଂ ସମସ୍ତ ଧାର୍ମିକ ରୀତିନୀତି ସଂପୂର୍ଣ୍ଣ କରିବାକୁ ପଡ଼ିବ । ଯେହେତୁ ପ୍ରାଣପ୍ରତିଷ୍ଠା କାର୍ୟ୍ୟକ୍ରମ ପ୍ରଧାନମନ୍ତ୍ରୀ ମୋଦି କରିବାକୁ ଯାଉଛନ୍ତି, ତେଣୁ ସେ ଦିନସାରା ଉପବାସ ରହିବେ।

Leave A Reply

Your email address will not be published.