ଭୁବନେଶ୍ୱରରେ ଟାଙ୍କିରୁ କମୁଛି ପେଟ୍ରୋଲ ଓ ଡିଜେଲ

0

ଭୁବନେଶ୍ୱର(ଆମ ଟିଭି): ଭୁବନେଶ୍ୱରରେ ଅଦିନିଆ ପେଟ୍ରୋଲ ସଙ୍କଟ ଦେଖିବାକୁ ମିଳିଛି । ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯୋଗୁ ପେଟ୍ରୋଲ ଓ ଡିଜେଲ ପରିବହନ ପ୍ରଭାବିତ ହୋଇଛି। ଏ ନେଇ ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଲୋକେ ଆତଙ୍କିତ ଥିବା ଯୋଗୁ ଶୁକ୍ରବାର ରାଜ୍ୟରେ ୨୦ ପ୍ରତିଶତରୁ ଅଧିକ ପେଟ୍ରୋଲ ଡିଜେଲ ବିକ୍ରି ହୋଇଛି। ସେହିଭଳି ଆନ୍ଦୋଳନ ଯୋଗୁ ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫ ପ୍ରତିଶତ କମିଛି। ଶୁକ୍ରବାର ମାତ୍ର ୨୫ % ଗାଡ଼ିରେ ତେଲ ଲୋଡିଂ ହୋଇଥିଲା। ଶନିବାର ପାରାଦୀପ ଡିପୋରୁ ତେଲ ଲୋଡ଼ିଂ ସମ୍ପୂର୍ଣ୍ଣ ବନ୍ଦ ଅଛି। ଜଟଣୀ ଓ ବାଲେଶ୍ୱର ଡିପୋରୁ ମାତ୍ର ଅଳ୍ପ କିଛି ଗାଡ଼ିରେ ତେଲ ଲୋଡିଂ ହୋଇଛି।

Leave A Reply

Your email address will not be published.