ଟ୍ରେନରୁ ଓହ୍ଲାଇ ଲୋକଙ୍କ ସମସ୍ୟା ବୁଝିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

0

ଭୁବନେଶ୍ୱର(ଆମ ଟିଭି): ପୁଣି ମହାନତା ଦେଖାଇଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଟ୍ରାକ୍ ଉପରେ ଗଡୁଥିଲା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଟ୍ରେନ୍। ସବୁଠୁ ଆଶ୍ଚର୍ୟ୍ୟଜନକ କଥା ବିନା ଷ୍ଟେଶନରେ ଲୋକଙ୍କୁ ଦେଖି ହଠାତ୍ ଅଟକି ଯାଇଥିଲା ମନ୍ତ୍ରୀଙ୍କ ଟ୍ରେନ୍। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ସାନପଦର ଗ୍ରାମରେ। ୨୦୧୭ରୁ ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ଆଖପାଖ ୧୦ଟି ପଞ୍ଚାୟତର ସମସ୍ୟାକୁ ଦୁଷ୍ଟିରେ ରଖି ସାନପଦରଠାରେ ଏକ ରେଳ ଷ୍ଟେଶନ ନିର୍ମାଣ ପାଇଁ ନିବେଦନ କରିଥିଲା। ଏହାକୁ ଭୁବନେଶ୍ୱର ଏମ୍ପିଙ୍କ ସହାୟତାରେ ରେଳମନ୍ତ୍ରୀ ସାନପଦରଠାରେ ରେଳ ପାସେଞ୍ଜର ଷ୍ଟେଶନ ହେବ ବୋଲି କହିବା ସହ ଗତ ଏପ୍ରିଲ ମାସରେ ରେଳ ବିଭାଗ ଚିଠି କରିଥିଲା। ଚିଠି ମିଳିବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। କିନ୍ତୁ ଷ୍ଟେଶନ କାମରେ କୌଣସି ଅଗ୍ରଗତି ହେଉ ନ ଥିଲା।

ତେବେ ରବିବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଏକ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଦଶପଲ୍ଲାରେ ଏକ କାର୍ୟ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ବେଳେ ସ୍ଥାନୀୟ ଜନସାଧାରଣ ସାନପଦରଠାରେ ରେଳମନ୍ତ୍ରୀଙ୍କୁ ଅଟକି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ନିବେଦନ କରିଥିଲେ। ସାନପଦର ଠାରେ ଟ୍ରେନ୍ ଲାଇନ କଡ଼ରେ ସ୍ଥାନୀୟ ଲୋକ ରେଳମନ୍ତ୍ରୀଙ୍କୁ ଦେଖା କରିବାକୁ ଥିବା ଜାଣିପାରି ରେଳମନ୍ତ୍ରୀ ଟ୍ରେନ୍ ଅଟକାଇ ତଳକୁ ଓହ୍ଲାଇ ଲୋକଙ୍କ ସହ ଆଲୋଚନା କରିଥିଲେ। ଏଥିସହିତ ସାନପଦରଠାରେ ରେଳ ଷ୍ଟେଶନ କାମର ଅଗ୍ରଗତି ଦାବି ଶୁଣି ସଙ୍ଗେ ସଙ୍ଗେ ରେଳମନ୍ତ୍ରୀଙ୍କ ସହ ଥିବା ଖୋର୍ଦ୍ଧା ରୋଡ୍ ଡିଆରଏମ୍ଙ୍କୁ ୨୦ ଦିନ ମଧ୍ୟରେ ଏଠାରେ ଷ୍ଟେଶନ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.