ଜାନୁଆରୀ ୧୫ରେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କର ଦର୍ଶନ କରିବେ କଂଗ୍ରେସ ନେତା

0

ନୂଆଦିଲ୍ଲୀ(ଆମ ଟିଭି): ଅଯୋଧ୍ୟା ଯିବେ କଂଗ୍ରେସ ନେତା । ୟୁପିର କିଛି କଂଗ୍ରେସ ନେତା ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ଯାଇ ଭଗବାନ ଶ୍ରୀରାମଙ୍କର ଦର୍ଶନ କରିବେ ବୋଲି ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ମୁତାବକ, ପ୍ରାଣ ପ୍ରତିଷ୍ଠା ଉତ୍ସବ ୨୨ ତାରିଖରେ ହେବାକୁ ଥିବାବେଳେ, କଂଗ୍ରେସ ନେତାମାନେ ଏହା ପୂର୍ବରୁ ଜାନୁଆରୀ ୧୫ ତାରିଖରେ ଅଯୋଧ୍ୟା ଯାଇ ପ୍ରଭୁ ଶ୍ରୀରାମଙ୍କର ଦର୍ଶନ କରିବେ ।

ଉତ୍ତରପ୍ରଦେଶର ସହାରନପୁରରୁ ଆରମ୍ଭ ହେଇଥିବା କଂଗ୍ରେସର ୟୁପି ଯୋଡ ଯାତ୍ରା ଶନିବାର ଲକ୍ଷ୍ନୌରେ ଶେଷ ହେଇଛି । ଏହାପରେ ପ୍ରଦେଶ ପ୍ରଭାରୀ ଅବିନାଶ ପାଣ୍ଡେ ଦଳର ନେତା ଓ କାର୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଦଳର ପ୍ରଦେଶ ଅଧ୍ୟକ୍ଷ ଅଜୟ ରାୟଙ୍କ ସମେତ ପୂର୍ବତନ ସାଂସଦ, ବିଧାୟକ ଓ ଦଳର ଶୀର୍ଷ ନେତୃତ୍ୱ ସାମିଲ ଥିଲେ ।

Leave A Reply

Your email address will not be published.