ସଂସଦ ରତ୍ନ ପୁରସ୍କାର ପାଇଁ ୫ଜଣ ଲୋକସଭା ସଦ୍ୟ ମନୋନୀତ

0

ନୂଆଦିଲ୍ଲୀ : ଘୋଷଣା ହୋଇଛି ଚଳିତ ବର୍ଷ ସଂସଦ ରତ୍ନ ପୁରସ୍କାର । ଏଥିପାଇଁ ଭାଜପାର ସୁକାନ୍ତ ମଜୁମଦାର ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେଙ୍କ ସମେତ ପାଞ୍ଚ ଜଣ ଲୋକ ସଭା ସଦସ୍ୟ ମନୋନୀତ ହୋଇଛନ୍ତି। ଏହାର ଆୟୋଜକମାନେ ରବିବାର ଏହି ଘୋଷଣା କରିଛନ୍ତି।

ଫେବୃଆରୀ ୧୭ରେ ଜାତୀୟ ରାଜଧାନୀରେ ଏକ କାର୍ୟ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ। ମନୋନୀତ ହୋଇଥିବା ଅନ୍ୟ ତିନିଜଣ ଏମ୍ପିଙ୍କ ମଧ୍ୟରେ ଭାଜପାର ସୁଧୀର ଗୁପ୍ତା, ଏନସିପିର ଅମୋଲ ରାମସିଂହ କୋଲହେ ଏବଂ କଂଗ୍ରେସର କୁଲଦୀପ ରାୟ ଶର୍ମା ଅଛନ୍ତି। ସଂସଦ ରତ୍ନ ପୁରସ୍କାର ପ୍ରତିବର୍ଷ ଶ୍ରେଷ୍ଠ ପ୍ରଦର୍ଶନକାରୀ ସଂସଦୀୟମାନଙ୍କୁ ସେମାନଙ୍କ ପ୍ରଦର୍ଶନ ଆଧାରରେ ପ୍ରଦାନ କରାଯାଇଥାଏ।

Leave A Reply

Your email address will not be published.