ମୁଁ ସାଂସଦ ଭାବେ ଲଢିବାକୁ ଚାହୁଁଛି: ଜୁଏଲ ଓରାମ

0

ଭୁବନେଶ୍ୱର: ଚର୍ଚ୍ଚାରେ ଜୁଏଲ ଓରାମଙ୍କ ଟିକେଟ୍ । ଆସନ୍ତା ନିର୍ବାଚନରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ ବିଧାନସଭା ନା ଲୋକସଭା ଆସନରୁ ପ୍ରାର୍ଥୀ ହେବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୨୪ରେ ଜୁଏଲ ବିଧାନସଭା ନିର୍ବାଚନ ଲଢିବେ ବୋଲି ରାଉରକେଲାରେ ହୋଇଥିବା ଚିନ୍ତନ ଶିବିରରେ ବିଚାରବିମର୍ଷ ହୋଇଥିବା ନେଇ ବିଭିନ୍ନ ଶୁଣିବାକୁ ମିଳୁଛି । ତେବେ ଏଭଳି ଚର୍ଚ୍ଚା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଖୋଦ୍ ଜୁଏଲ ଓରାମ ।

ଜୁଏଲ କହିଛନ୍ତି, ମୁଁ ସାଂସଦ ଭାବେ ଲଢିବାକୁ ଚାହୁଁଛି । ଶେଷଥର ପାଇଁ ନିର୍ବାଚନ ଲଢିବାକୁ ଚାହୁଁଥିବା ନେଇ ଦଳୀୟ ନେତାଙ୍କୁ ଅବଗତ କରିଛି । ମୁଁ ବିଧାୟକ ନା ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବି ତାହା କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେବେ । ଦଳର ନିଷ୍ପତ୍ତି ଅନୁସାରେ ଆମେ ଯାଉ । ଯଦି କେନ୍ଦ୍ର ନେତୃତ୍ୱ ମୋତେ ବିଧାନସଭା ଲଢିବାକୁ କହିବେ ତେବେ ସେ ବାବଦରେ ପରେ ନିଷ୍ପତ୍ତି ନେବି ବୋଲି କହିଛନ୍ତି ଜୁଏଲ ।

Leave A Reply

Your email address will not be published.