ରାଜ୍ୟରେ ବଢୁଛି ସାଇବର କ୍ରାଇମ୍: ଉଦବେଗ ପ୍ରକାଶ କଲେ ହାଇକୋର୍ଟ

0

କଟକ: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସାଇବର କ୍ରାଇମ୍ । ଏହାକୁ ନେଇ ମାନ୍ୟବର ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି । କ୍ରାଇମବ୍ରାଞ୍ଚ ଡିଜିଙ୍କୁ ରିପୋର୍ଟ ତଲବ କରିଛନ୍ତି । କ୍ରାଇମବ୍ରାଞ୍ଚକୁ କଡ଼ା ଭର୍ତ୍ସନା କରିଛନ୍ତି ହାଇକୋର୍ଟ । ପେଟିଏମରେ ଏକ ଠକେଇ ମାମଲାକୁ ନେଇ ଜଣେ ମହିଳା ସୁପ୍ରଭା ବେହେରା ହାଇକୋର୍ଟଙ୍କ ଆବେଦନ କରିଥିଲେ ।

କ୍ରାଇମବ୍ରାଞ୍ଚ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ଅପରାଧୀମାନେ ଅଧିକ ଅପରାଧ ଘଟାଇବାକୁ ସାହସ କରୁଛନ୍ତି । କୋର୍ଟ କହିଛନ୍ତି, ଯେ ସାଇବର କ୍ରାଇମ ରୋକିବା ଦିଗରେ ପୁଲିସର ପଦକ୍ଷେପ ଯଥେଷ୍ଟ ନୁହଁ କି ପ୍ରଭାବଶାଳୀ ନୁହଁ ।

Leave A Reply

Your email address will not be published.