ନୂଆଦିଲ୍ଲୀ: ଆଜି ବସିଥିଲା ବିରୋଧୀ ମେଣ୍ଟର ବୈଠକ । ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟ ବଳ ଗୋଟାଉଛି । ଏନେଇ ଆଜି ବସିଥିବା ବୈଠକରେ ମେଣ୍ଟର ଅଧ୍ୟକ୍ଷ ଭାବେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦାୟିତ୍ୱ ମିଳିଛି । ହେଲେ ଏନେଇ କୌଣସି ଅଧିକାରୀକ ଭାବେ ଘୋଷଣା ହୋଇ ନଥିଲେ ବି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା ସୂତ୍ର ସୂଚନା ମିଳିଛି । ଗତ କିଛିଦିନ ହେବ ମେଣ୍ଟର ଅଧ୍ୟକ୍ଷ ପଦକୁ ନେଇ ଆଲୋଚନା ଜୋର ଧରିଥିଲା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଠାରୁ ନେଇ ଲାଲୁ ଯାଦବଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା ।
ସୂତ୍ର ସୂଚନା ମୁତାବକ ଜେଡିୟୁ ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମେଣ୍ଟର ସଂଯୋଜକ ଭାବେ ଦାୟିତ୍ୱ ଦେବାକୁ ପ୍ରସ୍ତାବ ଆସିଥିଲା । ହେଲେ ନିଜେ ନୀତିଶ କୁମାର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି ।