ନୂଆଦିଲ୍ଲୀ: ହମାସ-ଇସ୍ରାଏଲ ଯୁଦ୍ଧ ଏବେ ବି ଲାଗି ରହିଛି । ଏହାରି ଭିତରେ, ଏକ ଭିଡିଓ ଜାରି କରି ହମାସ କହିଛି ଯେ ଦୁଇ ଇସ୍ରାଏଲ୍ ବନ୍ଧକଙ୍କ ମୃତ୍ୟୁ ପାଇଁ ଇସ୍ରାଏଲ୍ ସେନା ଦାୟୀ । ତେବେ ଇସ୍ରାଏଲ୍ ସେନା ହମାସର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି । ହମାସ୍ କହିଛି ଯେ ଯୁଦ୍ଧରେ ଏପର୍ୟ୍ୟନ୍ତ ଅନେକ ବନ୍ଧକଙ୍କର ମୃତ୍ୟୁ ହୋଇଥିବାବେଳେ ବାକିମାନେ ବିପଦରେ ଅଛନ୍ତି ।
ଇସ୍ରାଏଲ-ହମାସ ଯୁଦ୍ଧକୁ ୧୦୦ ଦିନ ହେଇଗଲାଣି କିନ୍ତୁ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଏହି ସମୟରେ ହମାସ ଏକ ଭିଡିଓ ଜାରି କରିଛି ଯେଉଁଥିରେ ଇସ୍ରାଏଲର ସେନା ଆକ୍ରମଣରେ ଦୁଇ ଜଣ ଇସ୍ରାଏଲର ବନ୍ଦୀଙ୍କର ମୃତ୍ୟୁ ହୋଇଥିବା ଦାବି କରାଯାଇଛି । ଇସ୍ରାଏଲ ସେନା ମଧ୍ୟ ଏହାର ଜବାବ ଦେଇଛି ।