ଅଯୋଧ୍ୟାରେ ପହଞ୍ଚିଲେ ରାମ, ଲକ୍ଷ୍ମଣ ଓ ସୀତା

0

ନୂଆଦିଲ୍ଲୀ(ଆମ ଟିଭି): ଅଯୋଧ୍ୟାରେ ପହଞ୍ଚିଲେ ରାମ, ଲକ୍ଷ୍ମଣ ଓ ସୀତା । ରାମାନନ୍ଦ ସାଗରଙ୍କ ସୁପରହିଟ୍ ସିରିଏଲ ‘ରାମାୟଣ’ର ପ୍ରମୁଖ ଅଭିନେତା/ଅଭିନେତ୍ରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି। ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ସୀତା ଭୂମିକାର ଦୀପିକା ଚିଖଲିଆ ଓ ଲକ୍ଷ୍ମଣ ଭୂମିକାରେ ଥିବା ସୁନୀଲ ଲୋହରୀ ଅଯୋଧ୍ୟାରେ ପହଞ୍ଚି ଯାଇଛନ୍ତି। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ସହ ସେମାନେ ‘ହମାରା ରାମ ଆଏଙ୍ଗେ’ ଆଲବମ ସୁଟିଂରେ ଭାଗ ନେବେ।

ଗଣମାଧ୍ୟମକୁ ସାକ୍ଷାତାକାର ଦେଇ ଅରୁଣ ଗୋଭିଲ କହିଛନ୍ତି, ‘ଅଯୋଧ୍ୟା ରାମ ମନ୍ଦିର ଏକ ରାଷ୍ଟ୍ରୀୟ ସ୍କାରକରେ ପରିଣତ ହେବ। ଆମ ସଂସ୍କୃତି ବିଷୟରେ ସମଗ୍ର ବିଶ୍ୱ ଜାଣିବ’। ସେହିପରି ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ କହିଛନ୍ତି, ‘ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଆସିଛି। ଏଥିପାଇଁ ନିଜକୁ ଭାଗ୍ୟବାନ ମନେ କରୁଛି’।

Leave A Reply

Your email address will not be published.