ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଶରଦ ପାୱାରଙ୍କୁ ମିଳିଳା ନିମନ୍ତ୍ରଣ

0

ନୂଆଦିଲ୍ଲୀ(ଆମ ଟିଭି): ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପାଖକୁ ଆସୁଛି ନିମନ୍ତ୍ରଣ । ଏହାରି ଭିତରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସୁପ୍ରିମୋ ଶରଦ ପାୱାରଙ୍କୁ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ମିଳିଛି। ଏହି ନିମନ୍ତ୍ରଣ ସମ୍ପର୍କରେ ଶରଦ ପାୱାର ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କୁ ଚିଠି ଲେଖି କୃତଜ୍ଞତା ଜଣାଇଛନ୍ତି। ଏହି ଚିଠି ମାଧ୍ୟମରେ ଶରଦ ପାୱାର ତାଙ୍କୁ କହିଛନ୍ତି ଯେ, ଜାନୁଆରୀ ୨୨ରେ ପ୍ରାଣ ପ୍ରତିଷ୍ଠା ସମାପ୍ତ ହେବା ପରେ ସେ ମୁକ୍ତ ଭାବରେ ସମୟ ବାହାର କରି ଦର୍ଶନ ପାଇଁ ଆସିବେ।
ଏହି କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ନିମନ୍ତ୍ରଣ ପଠାଇଛନ୍ତି। ଏକ ଚିଠି ମାଧ୍ୟମରେ ଏହି ନିମନ୍ତ୍ରଣର ଜବାବ ଦେଇ ଶରଦ ପାୱାର ପ୍ରଥମେ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ଚମ୍ପତ ରାୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.