ନୂଆଦିଲ୍ଲୀ: ଇଡି ଜାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ । ୨୦୦୪-୦୭ ମଧ୍ୟରେ ମାନେସରରେ ଜମି ଅଧିଗ୍ରହଣରେ ହୋଇଥିବା ଅନିୟମିତତାର ଅର୍ଥ ହେରଫେର ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ) ବୁଧବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଡ୍ଡାଙ୍କୁ ପଚରାଉଚରା କରିଛି। ସୂଚନା ମୁତବକ, ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ(ପିଏମଏଲଏ) ଅନୁଯାୟୀ ଇଡି ହୁଡ୍ଡାଙ୍କ ବୟାନ ରେକର୍ଡ କରିଛି। ତେବେ ବର୍ତ୍ତମାନସୁଦ୍ଧା କଂଗ୍ରେସ ଏବଂ ହୁଡ୍ଡାଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।
ସୂଚନାଯୋଗ୍ୟ, କିଛି ବରିଷ୍ଠ ସରକାରୀ ଅଧିକାରୀ ଓ କର୍ମଚାରୀ ୨୦୦୪ରୁ ୨୦୦୭ ମଧ୍ୟରେ ହରିୟାଣାର ମାନେସରଠାରେ ଜମି ଅଧିଗ୍ରହଣରେ ହୋଇଥିବା ଅନିୟମିତତାରେ ସାମିଲ ଥିଲେ। ତାଙ୍କ ସହ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ମଧ୍ୟ ସଂପୃକ୍ତ ଥିଲେ ବୋଲି ଅଭିଯୋଗ ହେବା ପରେ ତାଙ୍କ ବିରୋଧରେ ସିବିଆଇରେ ମାମଲା ରୁଜୁ ହୋଇଥିଲା।