ଆତ୍ମରକ୍ଷା ପାଇଁ ଇରାନ୍ ଏଭଳି ନିଷ୍ପତି ନେବାକୁ ବାଧ୍ୟ ହୋଇଛି: ଭାରତ

0

ନୂଆଦିଲ୍ଲୀ଼(ଆମ ଟିଭି): ପାକିସ୍ତାନ ଉପରେ ଇରାନର ଏୟାରଷ୍ଟ୍ରାଇକ୍ ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ଭାରତ । ଇରାନର ଏୟାରଷ୍ଟ୍ରାଇକକୁ ନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏଥିରେ କୁହାଯାଇଛି, ଆତ୍ମରକ୍ଷା ପାଇଁ ଇରାନ୍ ଏଭଳି ନିଷ୍ପତି ନେବାକୁ ବାଧ୍ୟ ହୋଇଛି । ବିଦେଶ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ବୟାନରେ କୁହାଯାଇଛି – ଏହି ମାମଲା ଇରାନ୍ ଓ ପାକିସ୍ତାନ ମଧ୍ୟରେ ରହିଛି ।

ହେଲେ, ଭାରତ କଥା ଯଦି କହିବା- ଆତଙ୍କବାଦ ବିରୋଧରେ ଭାରତ ସବୁବେଳେ ଜିରୋ ଟଲରାନ୍ସ ନୀତି ଆପଣାଇ ଆସିଛି । ଇରାନ୍ ଯେଉଁ ପଦକ୍ଷେପ ନେଇଛି, ତାହାକୁ ଭାରତ ଭଲ ଭାବେ ବୁଝି ପାରୁଛି । ଆତ୍ମରକ୍ଷା ପାଇଁ ଇରାନ୍ ଏଭଳି ପଦକ୍ଷେପ ନେବାକୁ ଏକ ପ୍ରକାର ବାଧ୍ୟ ହୋଇଛି । ମଙ୍ଗଳବାର ପାକିସ୍ତା ବଲୁଚିସ୍ତାନରେ ଥିବା ବିଭିନ୍ନ ଆତଙ୍କୀ ସଙ୍ଗଠନ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା ଭାରତ ।

Leave A Reply

Your email address will not be published.