ଆସାମରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା

0

ନୂଆଦିଲ୍ଲୀ(ଆମ ଟିଭି): ଜାରି ରହିଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା । କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଗୁରୁବାର ନାଗାଲାଣ୍ଡରୁ ଆସାମ ପହଞ୍ଚିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବାହାରିଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ୧୫ ରାଜ୍ୟର ୧୧୦ ଜିଲା ଦେଇ ଗତି କରିବ। ଏହି ଯାତ୍ରା ନାଗାଲାଣ୍ଡର ଶିବସାଗର ଜିଲାର ହଲୁୱାଟିଂ ହୋଇ ଆସାମ ପହଞ୍ଚିଛି।

ଗାନ୍ଧୀଙ୍କୁ ହଲୁୱାଟିଂରେ ଶତାଧିକ ଦଳ କର୍ମୀ ସ୍ବାଗତ କରିଥିଲେ ଏବଂ ତାଙ୍କର ଆଠ ଦିନିଆ ରାଜ୍ୟ ଗସ୍ତ ପାଇଁ କଂଗ୍ରେସର ଆସାମ ୟୁନିଟର ନେତାମାନଙ୍କୁ ଜାତୀୟ ପତାକା ହସ୍ତାନ୍ତର କରାଯାଇଛି।

Leave A Reply

Your email address will not be published.