ଡଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

0

ନୂଆଦିଲ୍ଲୀ(ଆମ ଟିଭି): ଜାରି ରହିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ା ନ୍ୟାୟ ଯାତ୍ରା । ଡଙ୍ଗାରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା । ଶୁକ୍ରବାର ସକାଳେ ଆସାମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସହଯୋଗୀଙ୍କ ସହ ବିଶ୍ୱର ସର୍ବବୃହତ ଜନବସତି ମାଜୁଲି ଦ୍ୱୀପ ଅଭିମୁଖେ ଯାତ୍ରା କରୁଛନ୍ତି । ଜୋରହାଟ ଜିଲ୍ଲାର ନିମାତିଘାଟରୁ ଅଫାଲାମୁଖ ଘାଟକୁ ଯାଉଛି ଏହି ଯାତ୍ରା । ରାହୁଲଙ୍କ ସହ ସାଧାରଣ ସମ୍ପାଦକ ଜୟରାମ ରମେଶ, ରାଜ୍ୟ ସଭାପତି ଭୂପେନ କୁମାର ବୋରା ଏବଂ ବିଧାନସଭାରେ ବିରୋଧୀ ଦଳ ନେତା ଦେବବ୍ରତ ସାଇକିଆଙ୍କ ସମେତ ଦଳର ବହୁ ଶୀର୍ଷ ନେତା ଉପସ୍ଥିତ ଅଛନ୍ତି ।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା ଜାନୁଆରୀ ୧୪ ରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ କିମ୍ବା ୨୧ ରେ ମୁମ୍ବାଇରେ ଶେଷ ହେବ । ଏହା ୧୫ଟି ରାଜ୍ୟର ୧୧୦ଟି ଜିଲ୍ଲା ଦେଇ ଯାଇଥିବା ବେଳେ ୬୭ ଦିନରେ ୬୭୧୩ କିଲୋମିଟର ଅତିକ୍ରମ କରିବ । ଆସାମରେ ଏହା ଜାନୁଆରୀ ୨୫ ତାରିଖ ପର୍ୟ୍ୟନ୍ତ ଚାଲିବ ଏବଂ ୧୭ଟି ଜିଲ୍ଲାରେ ୮୩୩ କିଲୋମିଟର ଯାତ୍ରା କରିବ ।

 

Leave A Reply

Your email address will not be published.