ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱର ସବୁଠୁ ଧନୀ ରାଜନେତା

0

ନୂଆଦିଲ୍ଲୀ(ଆମ ଟିଭି): ବିଶ୍ୱର ସବୁଠୁ ଧନୀ ରାଜନେତା କିଏ ଜାଣନ୍ତି କି? ଆସନ୍ତୁ ଜାଣିବା । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱର ସବୁଠୁ ଧନୀ ରାଜନେତା। ତାଙ୍କର ସଂପତ୍ତି ୨୦୦ ବିଲିଅନ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୧୬,୬୦,୦୦୦ କୋଟି ଟଙ୍କା। ୭୦୦ ନିୟୁତ ଡଲାର ମୂଲ୍ୟର ଜେଟ୍ ତାଙ୍କ ନିକଟରେ ରହିଛି। ସରକାରୀ ଭାବେ ପୁଟିନଙ୍କ ବାର୍ଷିକ ଦରମା ୧,୪୦,୦୦୦ ଡଲାର ବୋଲି ଦାବି କରାଯାଉଛି। ସେହିଭଳି ପୁଟିନଙ୍କ ପାଖରେ ୮୦୦ ବର୍ଗଫୁଟର ଆପାର୍ଟମେଣ୍ଟ, ଗୋଟିଏ ଟ୍ରେଲର, ୩ଟି କାର୍ ଥିବା କୁହାଯାଉଛି। କିନ୍ତୁ ତାଙ୍କର ବ୍ୟୟବହୁଳ ଜୀବନଶୈଳୀ ଏବଂ ସଂପତ୍ତି ଭିନ୍ନ କାହାଣୀ କହୁଛି। ଜଣେ ନିବେଶକଙ୍କ ଦାବି ପରେ ପୁଟିନଙ୍କ ସଂପତ୍ତି ରହସ୍ୟ ବଢ଼ିଛି।

ପୁଟିନଙ୍କ ବିପୁଳ ସଂପତ୍ତିର ବଡ଼ ପ୍ରତୀକ ହେଉଛି କୃଷ୍ଣ ସାଗର କୂଳରେ ଥିବା ତାଙ୍କର ବିଶାଳ ପ୍ରାସାଦ। ଏହା ‘ପୁଟିନଙ୍କ କଣ୍ଟ୍ରି କଟେଜ’ ନାମରେ ପରିଚିତ। ଏଠାରେ ମାର୍ବଲର ସନ୍ତରଣାଗାର ରହିଛି। ସେଠାରେ ଗ୍ରୀକ ଭଗବାନଙ୍କ ପ୍ରତିମୂର୍ତ୍ତି, ଆମ୍ପିଥିଏଟର, ଅତ୍ୟାଧୁନିକ ଆଇସ୍ ହକି ଖେଳପଡ଼ିଆ, ଲସ ଭେଗାସ୍ ଷ୍ଟାଇଲ କ୍ୟାସିନୋ ଏବଂ ନାଇଟ୍ କ୍ଲବ ରହିଛି। ବିଳାସପୂର୍ଣ୍ଣ ପ୍ରାସାଦର ଭିତରପଟେ ଭୋଜନକକ୍ଷରେ ଥିବା ଆସବାବପତ୍ରର ମୂଲ୍ୟ ୫ ଲକ୍ଷ ଡଲାର। ଗୋଟିଏ ବାର୍ ଟେବୁଲ୍ର ମୂଲ୍ୟ ୫୪ ହଜାର ଡଲାର ରହିଛି। ଏହି ଘରର ରକ୍ଷଣାବେକ୍ଷଣ ପାଇଁ ବାର୍ଷିକ ୨ ନିୟୁତ ଡଲାର ଆବଶ୍ୟକ।

Leave A Reply

Your email address will not be published.