ଭୁବନେଶ୍ୱର(ଆମ ଟିଭି): ବର୍ତ୍ତମାନ ଜିଳ୍ଲାୱାରୀ ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡ଼ିଆନ୍ । ଏହାରି ଭିତରେ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ରାମଗିରିରେ ମଙ୍ଗଳବାର ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଅପରାହ୍ନରେ ହେଲିକପ୍ଟର ଯୋଗେ ଆସି ରାମଗିରି ଏସଏସଡି ହାଇସ୍କୁଲ ପଡ଼ିଆରେ ଅବତରଣ କରିଥିଲେ ।
ଏହାପରେ ସେଠାରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧନ କରିବା ସହ ମୋହନା ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ୟ୍ୟ ପାଇଁ ୧୬୦ କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁରୀ ଦେଇଥିବା ଜଣାଇଥିଲେ । ମୋହନା ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ପର୍ୟ୍ୟଟନ ସ୍ଥଳୀ, ବିଭିନ୍ନ ଗାଁର ମନ୍ଦିର, ଚର୍ଚ୍ଚ, ରାସ୍ତା, ପୋଲ ଆଦିର ଉନ୍ନତିମୂଳକ କାମ ପାଇଁ ଏହି ଅର୍ଥ ମଞ୍ଜୁର ହୋଇଛି ।