ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ୍ ହେବେନି ମୁଖ୍ୟମନ୍ତ୍ରୀ ନୀତିଶ କୁମାର

0

ପାଟନା: ପୁଣି ମେଣ୍ଟକୁ ବଡ଼ ଝଟକା । ସାରା ଦେଶରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ଦ୍ବାରା ଚାଲିଛି ଭାରତ ନ୍ୟାୟ ଯାତ୍ରା । ସମସ୍ତ ରାଜ୍ୟକୁ ଯିବା ସହ ଲୋକଙ୍କ ସହ ମିଶୁଛନ୍ତି ରାହୁଲ ।

ଇଣ୍ଡିଆ ମେଣ୍ଟ ଏଥର ସରକାର ଗଢ଼ିବା ନେଇ ଏକଜୁଟ ହୋଇଥିବାବେଳେ ନିଜର ଯୋଜନା ପ୍ରସ୍ତୁତ କରୁଛି । କିନ୍ତୁ ରାହୁଲ ଗାନ୍ଧୀ ବିଭିନ୍ନ ରାଜ୍ୟକୁ ଯାଇ ଭାରତ ନ୍ୟାୟ ଯାତ୍ରା କରୁଥିବାବେଳେ ଇଣ୍ଡିଆ ମେଣ୍ଟର ବହୁ ନେତା ତାଙ୍କ ସହ ଯୋଗ ଦେଉନାହାନ୍ତି । ଆସନ୍ତା ଜାନୁୟାରୀ ୨୯ ତାରିଖରେ ବିହାରରେ ଭାରତ ନ୍ୟାୟ ଯାତ୍ରା ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ଦେବେନାହିଁ ସୂଚନା ମିଳିଛି ।

କୁହାଯାଉଛି କି, ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ନୀତିଶ କୁମାର । ଯେଉଁ କାରଣରୁ ସେ ରାହୁଲଙ୍କ ସହ ଯୋଗ ଦେଇପାରିବେ ନାହିଁ । ତେବେ ଏହାକୁ ନେଇ ଚର୍ଚ୍ଚା ହେଉଛି କି, ନୀତିଶ ଇଣ୍ଡିଆ ମେଣ୍ଟଠାରୁ ଦୂରତା ରକ୍ଷା କରିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.