ଆଭୂଷଣ ଜ୍ବେଲର୍ସ ଉଦଘାଟିତ
ଭୁବନେଶ୍ଵର (ଆମ ଟିଭି): ଭୁବନେଶ୍ୱର ସ୍ଥିତ ସତ୍ୟ ନଗର ଫୋରମ୍ ମାର୍ଟ ଠାରେ ଆଭୂଷଣ ଫ୍ୟାସନ୍ ଜ୍ୱେଲର୍ସ କୁ ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି, ଶିବାନୀ ସଙ୍ଗୀତା ଓ ଅଭିନେତା ସୁଜିତ୍ ପାଇକରାୟ ରିବନ୍ କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଏହି ଅବସରରେ ଓଲିଉଡ ଇଣ୍ଡଷ୍ଟ୍ରିର କଳାକାର ଅଭିନେତ୍ରୀ ପୁନମ ମିଶ୍ର, ଅନନ୍ୟା ମିଶ୍ର ଅଭିନେତା ପାର୍ଥସାରଥୀ, ପ୍ରଯୋଜକ ପ୍ରିତମ ସାହୁ ଓ ଶ୍ରୀଧର ମାର୍ଥା ପ୍ରମୁଖ ଯୋଗଦେଇ ଆଭୂଷଣ ଫ୍ୟାସନ୍ ଜ୍ୱେଲର୍ସ ଭୁବନେଶ୍ୱର ବାସୀଙ୍କର ସୁନାଗହଣା ଚାହିଦାକୁ ପୂରଣ କରିପାରିବ ବୋଲି ଆଶା ପ୍ରକଟ କରିଥିଲେ ।

ଏହି ଫ୍ୟାସନ୍ ଜ୍ୱେଲର୍ସ ରେ ଗୋଡ଼ ଠୁ ମୁଣ୍ଡ ଯାଏଁ ସମସ୍ତ ଅଳଙ୍କାର ସୁଲଭ ମୂଲ୍ୟରେ ମିଳିବ ବୋଲି ମ୍ୟାନେଜିଙ୍ଗ ପାର୍ଟନର ରାଜେଶ୍ ପଟ୍ଟନାୟକ ଓ ବିଶ୍ୱଜିତ ମହାନ୍ତି ସୂଚନା ଦେଇଛନ୍ତି ।

ୱାନ୍ ଗ୍ରାମ ଗୋଲ୍ଡ ଉପରେ ଛଅ ମାସର ଗ୍ୟାରେଣ୍ଟି ଥିଲାବେଳେ କୌଣସି ପ୍ରକାରର ଅଭିଯୋଗ ଆସିଲେ ତୁରନ୍ତ ସେହି ଗୋଲ୍ଡ କୁ ବଦଳାଇ ନୂଆ ସେହି ମୂଲ୍ୟର ନୂଆ ସାମଗ୍ରୀ ନେଇପାରିବେ ବୋଲି ଆଭୁଷଣ ତରଫରୁ ସୂଚନା ଦିଆଯାଇଛି।